ପ୍ରେମ
ପ୍ରେମ


ପ୍ରେମିକ ପ୍ରେମିକା ହୃଦ ଆକର୍ଷଣୁ
ସ୍ରୁଷ୍ଟିତ ହୁଅଇ ପ୍ରେମ
ଶ୍ରଦ୍ଧା ତନ୍ମୟତା ଥାଏ ଯେଉଁ ପ୍ରେମେ
ସିଏତ ଶାଶ୍ବତ ପ୍ରେମ ।
ପ୍ରେମ ଅର୍ଥନୁହେଁ ଦେହର ମିଳନ
କାମ ବାସନା ସମ୍ଭୋଗ
ସେପ୍ରେମ ପବିତ୍ର ଯେଉଁ ପ୍ରେମେ ଥାଏ
ସମର୍ପଣ ଅନୁରାଗ ।
ପ୍ରେମ ନ ଜାଣଇ ଜାତି‐‐ବର୍ଣ୍ଣ‐‐ଧର୍ମ
ପ୍ରେମ ନଜାଣଇ ଭେଦ
ସ୍ଥାନ କାଳ ପାତ୍ର ବିଚାର ନ ରହେ
ପାନକଲେ ପ୍ରୀତି ମଦ ।
ପୀରତି ମଦିରା ଲାଗେ ଭାରିମଜା
ଦିଅଇ କ୍ଷଣିକସୁଖ
ସେ ମଦିରା ପାନ କରେ ଯେଉଁଜନ
ଲଭଇ ଅଶେଷ ଦୁଃଖ ।
ପ୍ରେମରେ ପଡିବା ସହଜ ଯେତିକି
ପ୍ରେମକୁ ପାଳିବା କଷ୍ଟ
ଦୁର୍ବଳ ହୋଇଲେ କ୍ଷଣିକରେ ପ୍ରେମ
କରଇ ଜୀବନ ନଷ୍ଟ ।