STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପରଂବ୍ରହ୍ମ ନିରାକାର

ପରଂବ୍ରହ୍ମ ନିରାକାର

1 min
208


ପରଂବ୍ରହ୍ମ ନିରଞ୍ଜନ ନିରାକାର ସେହୁ

ପରମାତ୍ମାର ରୂପ ମଧ୍ୟ ପରଂବ୍ରହ୍ମ ସେହୁ,


ସୄଷ୍ଟିକର୍ତ୍ତା ପ୍ରାଣକର୍ତ୍ତା ଜଗନ୍ନାଥ ସେହୁ

ଧର୍ମର ସ୍ଥାପନେ ସର୍ବଶକ୍ତିମାନ ସେହୁ।୧।


ସେହି ହିଁ କାଳିଆ ଭିନ୍ନ ଭିନ୍ନ ଅବତାର

ରାମକୃଷ୍ଣ ସେହୁ ପର୍ଶୁରାମ ଅବତାର,


ସେହୁ ନରସିଂହ ସେହୁ ମତ୍ସ୍ୟ ଅବତାର

ପାପଭାର ନିବାରଣେ ଜନ୍ମ ବାର୍ମବାର।୨। 


ବଙ୍ଗ ସାଗରର କୂଳେ ଦେଉଳଟି ତୋର

ବଡ଼ଦେଉଳର ନାମେ ବିଖ୍ୟାତ ସଂସାର,


ଭାଇ ଭଉଣୀଙ୍କୁ ଧରି ଘର ହିଁ ସଂସାର

ଗୋଡ଼ ନାହିଁ ହାତ ନାହିଁ ଦେଖୁ ନିରନ୍ତର।୩।


ସବୁ ଦେଇ ଅଛୁ ପ୍ରଭୁ ମଣିଷର ପାଇଁ

ହାତ ଗୋଡ଼ ଦେଲୁ କର୍ମ କରିବାର ପାଇଁ,


ଜ୍ଞାନ ଦେଇ ଅଛୁ ପ୍ରଭୁ ସତ୍ୟପଥ ପାଇଁ

ନିଃସ୍ୱାର୍ଥର ଭାବ ନାଥ କର୍ମପଥ ପାଇଁ।୩।


କର୍ତ୍ତବ୍ୟର ପଥ ଅଟେ ପ୍ରେମ ଭକ୍ତି ପାଇଁ

ସମର୍ପଣ ଭାବ ନିତି ଜଗନ୍ନାଥ ପାଇଁ,


କର୍ମୀକ ହୋଇଣ ନିତି ରାଷ୍ଟ୍ର ସେବା ପାଇଁ,

ସମଭାବ ଜନସେବା ରାଷ୍ଟ୍ରହିତ ପାଇଁ।୪।


ତୁମରି ଚରଣେ ଭକ୍ତି ରହୁ ନିରନ୍ତର

ତୁହି ସର୍ବେସର୍ବା କଟୁ ଜୀବନେ ମୋହର,


ତୁହି କୄପାସିନ୍ଧୁ ନାଥ ଦୟାର ସାଗର

ତବବିନୁ ଗତି ନାହିଁ ମନୁଷ୍ୟ ମାତ୍ରର।୫।


ପରଂବ୍ରହ୍ମ ନିରଞ୍ଜନ ନିରାକାର ସେହୁ

ପର୍ମତ୍ମାର ରୂପ ମଧ୍ୟ ପରଂବ୍ରହ୍ମ ସେହୁ,


ସୃଷ୍ଟିକର୍ତ୍ତା ପ୍ରାଣକର୍ତ୍ତା ଜଗନ୍ନାଥ ସେହୁ

ଧର୍ମର ସ୍ଥାପନେ ସର୍ବଶକ୍ତିମାନ ସେହୁ।୬




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational