STORYMIRROR

Shima Pujhari

Inspirational

3  

Shima Pujhari

Inspirational

କେମିତି ବନ୍ଧନ

କେମିତି ବନ୍ଧନ

1 min
149

ମୀରା ଖୋଜୁଥିଲେ କୃଷ୍ଣଙ୍କ ପ୍ରେମକୁ

ରାଧା ଖୋଜୁଥିଲେ କୃଷ୍ଣ

କୃଷ୍ଣ ମନ ଖୋଜେ ରାଧା ମୀରା ପ୍ରେମ

ରାସ୍ତାଟା ବଡ଼ ବିଷମ...

ଜଣେ ପାଇବାକୁ ପ୍ରେମ ଚାହୁଁ ଥିଲା

ଜଣେ ଚାହେଁ ଗାଇବାକୁ,

ଗୀତର ରସରେ କୃଷ୍ଣଙ୍କୁ ପାଇଲା

ବୁଝାଇ ପାରେନା କାହାକୁ...

ଏମିତି ବୁଡିଲା କୃଷ୍ଣ ରସ ପାଇଁ

ଦିବସ ରଜନୀ ସବୁ,

ଚାରିଆଡେ ଖାଲି କୃଷ୍ଣ ମୟ ଦିଶେ

ଆଲିଙ୍ଗନ କରେ ବିଭୁ...

ରାଧା ପାଗଲିନୀ ଅପେକ୍ଷା କରିଲା

ଦେଇ ଛନ୍ତି କୃଷ୍ଣ କଥା,

ଫେରିବେ ଗୋପକୁ ସେ ଶ୍ୟାମସୁନ୍ଦର

ଆହା ମନରୁ ଯିବ ସେ ବ୍ୟଥା...

ଆସ ଆସ ଶ୍ୟାମ ରାଧା ମୀରା ପ୍ରେମ

ତୁମ ପ୍ରତୀକ୍ଷାରେ ଖାଲି,

ଭୋଗୁଛି ଦୁଃସହ ପ୍ରୀତିର କଷଣ

ଆସ ଥରେ କୃଷ୍ଣ ଚାଲି...।


Rate this content
Log in

Similar oriya poem from Inspirational