STORYMIRROR

Shima Pujhari

Romance

3  

Shima Pujhari

Romance

ହାଏ ରେ ଅତୀତ

ହାଏ ରେ ଅତୀତ

1 min
213


ସମୟ ସୁଅରେ ଭସାଇ ଦେଇଛି

ମୋ ଅତୀତକୁ ଆଜି,

ଯେତେ ଖୋଜିଲେ ବି ମିଳେନା ଅତୀତ

ଯାଇଛି ସ୍ମୃତିରେ ହଜି।।

ଅଭୁଲା ସେ ସ୍ମୃତି ମନ ଦୋହଲା ଏ,

ଅବେଳରେ ମତେ ହସାଏ କନ୍ଦାଏ।।

ଖୋଜି ବୁଲେ ଖାଲି ନୀରବେ ମନରେ,

ଅଭୁଲା ଅତୀତ ସ୍ମୃତି ହୋଇ ଝରେ।।

କରିଦିଏ ମୋ ମନକୁ ଓଦା,

ହସି କହେ ତାକୁ ବର୍ତ୍ତମାନ

ରେ ଅତୀତ

ତୁ କାଲିଥିଲୁ ରଙ୍ଗୀନ ଦୁନିଆ

ଆଜି ଅଛୁ ମଲାଟଟେ ସାଧା।।

ହସି ପୁଣି ତାକୁ କୁହଇ ଅତୀତ 

ଶୁଣିଥା ରେ ବର୍ତ୍ତମାନ,

ଯେତେ ବଞ୍ଚିଲେ ବି ଖୁସିରେ ଦୁନିଆ

ଝୁରେ ଅତୀତକୁ ମନ।।

ସେଥିପାଇଁ ଅଛି ମୁହିଁ ମୁକ ସାଖି 

ଜାଣିଥାଅ ବର୍ତ୍ତମାନ

ଯେତେ ଖୁସିରେ ଥିଲେ ବି

ଅତୀତକୁ ଝୁରେ ମନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance