STORYMIRROR

Shima Pujhari

Romance

2  

Shima Pujhari

Romance

କିଛିକ୍ଷଣ

କିଛିକ୍ଷଣ

1 min
117


କିଛିକ୍ଷଣ ଆଖି ଖୋଜେ ପୁଣି ତତେ

କେତେ କେତେ ସ୍ବପ୍ନ ଦେଖେ,

କିଛି ସ୍ମୃତି ରାଜ୍ୟେ ହଜି ଯାଏ ପୁଣି

କିଛି ଭାବେ ଅନୁତାପେ

ହୃଦୟ ଦରଜେ କମ୍ପନ ହେଉଛି

ଆଖିରୁ ଝରଇ ଲୁହ

ଆଖି କାନ୍ଦେ ସିନା ଲୁହ କୁ ଝରଇ

ଛାତି କାନ୍ଦେ ଢାଳି କୋହ,

ଛାତି ର କୋହ ଟା ହୃଦୟ କୁ ଭାଙ୍ଗି

ନିୟିତି ତ ଝରୁ ଥାଏ

ହୃଦୟ ମନ୍ଦିରେ ପୂଜା କରେ ନୀତି

ବିନତି ବି କରୁ ଥାଏ

କେବେ ଆସି ପୁଣି କିଛିକ୍ଷଣ ତୁମେ

ରହିବ ମନ ର ଘରେ,

ହୃଦୟ ବିଚରା ଅପେକ୍ଷା କରିଛି

କିଛିକ୍ଷଣ ଆସ ଥରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance