STORYMIRROR

Shima Pujhari

Romance

3  

Shima Pujhari

Romance

ସମ୍ପର୍କ ଡୋରି

ସମ୍ପର୍କ ଡୋରି

1 min
181


ବାଟ ଚାହିଁ ଆଜି ବସିଛି ସାଥିରେ

କଥା ଦେଇ ଥିଲୁ ଫେରିବୁ ବୋଲି,

ସକାଳୁ କାଉଟା ଏମିତି ରାବିଲା

ମନ କହେ ଆଜି ଆସୁଛୁ ଚାଲି।।

ସକାଳ ଯାଇ ସଞ୍ଜ ଆସେ ନଇ

ହେଲେ ତୁ ସାଥିରେ ଆସିଲୁ ନାଇ।।

ମନ ମୋ ବିରସ ତୋ ପାଇଁ ସାଥୀ

କଥା ଦେଇ ସବୁ ଗଲୁ ଏଡାଇ।।

ଅପେକ୍ଷା ସାଜିଛି ପ୍ରତୀକ୍ଷା ମୋ ପାଇଁ

ଏବେ ଯାଏ ମନ ହାରିନି ମୋର,

ଆଜି ବି ମୋ ମନ କହେ ମତେ ସାଥୀ

ପ୍ରେମ ତୋର ଥିଲା ନିର୍ମଳ ଧାର।।

ସମ୍ପର୍କର ମାନେ ବୁଝିଛୁରେ ସାଥୀ

ବୁଝିଛୁ ପ୍ରେମର ମାନେ,

ସେଇ ସମ୍ପର୍କର ଅପେକ୍ଷା କରିଛି

ଫେରି ଆସିବୁ ତୁ ରେ ଦିନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance