STORYMIRROR

Shima Pujhari

Romance

3  

Shima Pujhari

Romance

ତୋ ଅପେକ୍ଷା

ତୋ ଅପେକ୍ଷା

1 min
212

ବାଟ ଚାହିଁ ଆଜି ବସିଛି ସାଥିରେ

କଥା ଦେଇ ଥିଲୁ ଫେରିବୁ ବୋଲି,

ସକାଳୁ କାଉଟା ଏମିତି ରାବିଲା

ମନ କହେ ଆଜି ଆସୁଛୁ ଚାଲି।।


ସକାଳ ଯାଇ ସଞ୍ଜ ଆସେ ନଇ

ହେଲେ ତୁ ସାଥିରେ ଆସିଲୁ ନାଇ।।

ମନ ମୋ ବିରସ ତୋ ପାଇଁ ସାଥୀ

କଥା ଦେଇ ସବୁ ଗଲୁ ଏଡାଇ।।


ଅପେକ୍ଷା ସାଜିଛି ପ୍ରତୀକ୍ଷା ମୋ ପାଇଁ

ଏବେ ଯାଏ ମନ ହାରିନି ମୋର,

ଆଜି ବି ମୋ ମନ କହେ ମତେ ସାଥୀ

ପ୍ରେମ ତୋର ଥିଲା ନିର୍ମଳ ଧାର।।


ତୋ ଅପେକ୍ଷା ରେ ରହିଛି ରହିବି

 ଚିରକାଳ ବଞ୍ଚିଯିବି,

କେବେ ତ ଆସିବୁ ଭରସା ମୋ ଅଛି

ତୋ ସାଥେ ମିଶି ସ୍ୱପ୍ନ ସବୁ ସାଉଁଟିବି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance