STORYMIRROR

Shima Pujhari

Inspirational

3  

Shima Pujhari

Inspirational

ଆଗୋ ରାଇ

ଆଗୋ ରାଇ

1 min
229


ରାଧା ର ପୀରତି ଲଗାଇ ମିଠା

ଜାଣିଛି ଶ୍ୟାମ ର ମନ,

ରାଧା ଆଗେ କହେ

ଖଟା ତୋର ପ୍ରେମ ଜାଣିଛୁ କି ଗଣ୍ଠି ଧନ।


ରାଧା ଅଭିମାନି ଋଷି ବସେ ଯାଇ

ଶ୍ୟାମ ଠୁ ବହୁତ ଦୂର,

ମନାଇ ନ ମାନେ ସେ ରାଇ କିଶୋରୀ

ତିରଛି ଚାହେଁ ସେ ଧୀରେ

ହସି ହସି ଶ୍ୟାମ ତୋଳି ଦୁଇ ବାହୁ

ଅଲିଙ୍ଗନେ ଦିଅନ୍ତି ଉତ୍ତର,

ମାନ ଛାଡ ରାଇ ଆସ ପ୍ରୀତି କୁଞ୍ଜେ

ମନ ଖୋଯେ ପ୍ରେମ ସତ୍ୱର ।


ଛାଡି ଆସିଛି ମୁଁ ଯଶୋଦା ମା କୁ

ମିଛରେ ଦେଇଛି ଭୁଲାଇ

ଆସ ଗୋ କିଶୋରୀ ,ଆସ ଆଜି ସହି

ପ୍ରେମେ ଯିବା ମଗ୍ନ ହୋଇ ।


ସହି ମୁ ପାରେନି ତୁମରି ବିରହ

ଲାଗେ ମତେ ଗୋଟା ଯୁଗ,

ବୁଝିଯା ବୁଝିଯା ମୋ ପ୍ରେୟସୀ ତୁହିଁ

ମୋ ପାଇଁ ତୋ ପ୍ରେମ ଭାଗ୍ୟ।


ହସି କହେ ରାଧା ଆସ ଶ୍ୟାମ ଘନ

ତୋଳିଛି ବହୁ ରେ ଦୋଳି,

ତୁମ ପାଇଁ ପରା ବାନ୍ଧିଛି ଗଜରା

ସଯାଇଛି ବେଣୀ, ବେକରେ ଦେଇଛି

କୁସୁମ ମାଳି।


ଠକି ଦେଇ ମୁହିଁ ଆଣିଛି ମାଠିଆ

ନେବି ପ୍ରେମ ସବୁ ଭରି,

ଆହେ ଶ୍ୟାମ ଘନ ମୋର ଗଲାମାଳି

ତୁମକୁ ନୀତି ପ୍ରତୀ ମରେ ଝୁରି ।


କେଉଁ ଯୁଗର ତପସ୍ୟା ଫଳେ

ପାଇଛି ତୁମରି ପ୍ରେମ,

ତୁମରି ପ୍ରେମକୁ ପାଇଁ ନିଜକୁ

ମଣିଛି ଧନ୍ୟ..........

ଶ୍ୟାମ ନିଜକୁ ମଣିଛି ଧନ୍ୟ

ସତରେ ଶ୍ୟାମ ମୁଁ ନିଜକୁ

ମଣିଛି ଧନ୍ୟ............

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational