STORYMIRROR

Shima Pujhari

Inspirational

3  

Shima Pujhari

Inspirational

ମାଆ

ମାଆ

1 min
229


କି ଋଣ ଶୁଝିବି ମାଆଲୋ ତୋହର

ଜନ୍ମ ଦେଇ କଲୁ ଋଣୀ,

ଦଶ ମାସ ଦଶ ଦିନ ଗର୍ଭେ ରଖି

ପାଲିଥିଲୁ ମତେ ପୁଣି.......

ତୋ ପାଇଁ ମୁ ପରା ଦୁନିଆଁ ଦେଖିଲି

ଥିଲି ଅଜଣା ମୂଲକେ,

ସନ୍ତାନ ବୋଲି ତୁ ଯେଉଁ ସୁଖ ଦେଲୁ

ଭୁଲି କି ପାରିବି ସତେ....

ହାତ ଧରି ମତେ ଚାଲି ଶିଖାଇଲୁ

ପଡ଼ିଲେ ଆଉସୁଁ ତୁହି,

କିଏ ଦେବ ଆଉ ଏତେ ସ୍ନେହ କହ

ସଂସାର ମଧ୍ୟ ରେ ଥାଇ....

ସ୍ୱାର୍ଥ ପାଇଁ କାମ କରନ୍ତି ସଭିଏ

ନିଃସ୍ୱାର୍ଥ ସେବାଟି ତୋରି,

କରୁଛି ଏ ଅଳି ପ୍ରଭୁଙ୍କ ନିକଟେ

ପ୍ରତି ଜନ୍ମରେ ମୁ ସାଜେ ସନ୍ତାନ ତୋରି.....

ପ୍ରତି ଜନ୍ମରେ ତୁ ହ ମାଆ

ମୁଁ ହେବି ତୋ ଶିଶୁ,

ତୋର ସେବା କରି ବିତି ଯାଉ ମାଆ

ଦିନ ରାତି ଯେତେ ଆସୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational