STORYMIRROR

Panchanan Jena

Romance

3  

Panchanan Jena

Romance

ତୁମେ କିବା ସେହି

ତୁମେ କିବା ସେହି

1 min
176


ତୁମେ କିବା ସେହି

ଘୁମନ୍ତ ଆଲୁଳାୟିତ କୁନ୍ତୁଳା

କବରୀ ଉତ୍ତରୀ ମୁକୁଳା

ସ୍ନେହୀ ପାଠୋଇ ଶକୁନ୍ତଳା 

ଅବଳା ଦୁର୍ବଳା କେବେ ନୁହଁ

ମଲ୍ଲଯୁଦ୍ଧ ପାଇଁ 

କୁସ୍ତି କସରତ ପାଇଁ

ସଦା ଚପଳା ଚର୍ଚିତ ଚଞ୍ଚଳା ।


ତୁମେ କିବା ସେହି

ଲମ୍ବୀ ଶୁଆନାକୀ

ଧାରୁଆ ପିନିଖି 

କଥାରେ ତାର୍କିକୀ

ବିଧା ଗୁମ୍ବକା ଘୁଷି ମାରିବାରେ 

ଦାନ୍ତୁରୀ ଲମ୍ବୋଦରୀ ମେଘମାଳା ।


ତୁମେ କିବା ସେହି

ନାକ କାନ୍ଦୁରୀ

ସିଙ୍ଗାଣୀ ପ୍ରଭାରୀ

ଘିଅ ପ୍ରସାରୀ

ସବୁ ବେଳେ ସଞ୍ଚୟ ଜରୁରୀ

ତାର ପରି ଓହଳୁଥିବା ଚାରୁଶିଳା ।


ତୁମେ କିବା ସେହି

ନାକ ଖଣି ମାଲିକାଣୀ

ନାକ ଗୁଆ ପ୍ରସାରିଣୀ

ନାକ ପାମ୍ପଡ ଚ୍ଛାଉଣୀ

ନାକ ବଲ୍ ତିଆରିଣୀ

ଆଙ୍ଗୁଳି ପୁରେଇ କାଢ଼େ ଦୁର୍ବ।ରୀ ଅବଳା ।


ତୁମେ କିବା ସେହି

କଇଁଆ ତେନ୍ତୁଳି ଖାଇ

କଞ୍ଚା କଇଁଥ ଚୋବେଇ

ଲେମ୍ବୁ ଲୁଣ କଞ୍ଚାଲଙ୍କା ଚାଟେଇ

ବାଡି ବରକୋଳି ବାଣ୍ଚୋଇ

ଆମ୍ବ ଟାକୁଆ ଖାଇ ଖାଇ ପାଇ ପାଇ

ଜିଭକୁ ଠକ୍ ଠକ୍ ଖଟେଇ ଦାନ୍ତମୂଳା ।


ତୁମେ କିବା ସେହି

କଳିରେ ଅପରାଜିତା

ଗାଳିରେ ସଂସ୍କୃତସୂତା

ପାଳିରେ ସୁବର୍ଣ୍ଣସୀତା

ପାଠରେ ଗଜମୁକୁତା

ନାଚରେ ସରୋଜନିନ୍ଦିତା

ଗୀତରେ ଦ୍ଵିତୀୟଲତା

ଚିତ୍ରାଙ୍କନରେ ସରଗଦୁହିତା

ପୁଚିରେ ସର୍ବଜିତା

ଖେଳରେ ବିଜୟୀବନ୍ଦିତା

ଅଦ୍ଵିତୀୟ ଅପରାଜେୟ ଚାରୁକଳା ।


ତୁମେ କିବା ସେହି

ଉକୁଣି ଦୁଲଣୀ ଉଉଣୀ

ନେଖି ପାଳନହାରିଣୀ

ଗଜି ବୃଦ୍ଧିକାରିଣୀ

ଡାଗରା ବଂଶବିସ୍ତାରିଣୀ

ନଖ ମଧ୍ୟେ ଚାପି ଦାନ୍ତ ନିକୁଟି ବାହୁବଳା ।


ତୁମେ କିବା ସେହି

ବିଶ୍ଵାଳ ଘରର ରାଣୀ

ସୂର୍ଯ୍ୟଟେରୀ କିନ୍ତୁ ମାନେ ଖାଟେଣୀ

ସ୍ଵାନକଣ୍ଠି ପୁଣି କୁହୁକ ଭିଆଣି

ଉପମା ଉପମେୟରେ ସୀମାହୀନ କାହାଣୀ

 ରଚିତ ଗଠିତ ଶୋଭିତ ଚାରୁ ଚନ୍ଦ୍ରକଳା ।


କିନ୍ତୁ ଏ କଣ ଦେଖିଲା ବେନୀ ନୟନ

ଦୁଇ ଦଶନ୍ଧି ପରେ ସାକ୍ଷାତ ଦର୍ଶନ

ସୌମ୍ୟକାନ୍ତିରେ ମୁଗ୍ଧା ତନୁମନ

ସାଙ୍ଗ.ବାହାଘର ଭୋଜି ଭିଡ଼ ମଧ୍ୟରେ

ବାରିପଡ଼ୁଛି ବସନ୍ତ ବଲ୍ଲରୀ ପରି 

ତାରା ଗହଳେ କୌମୁଦି ଯେସନ 

ଲାଜ ମିଶା ଚାଲିରେ ଫୁଟି ଉଠୁଛି

ଶଙ୍ଖଧୂନୀର ଶନୈ ଶନୈ 

ମନ୍ଦ ମଧୁର ସୁମଧୁର କୁହୁତାନ ।


ଆଖି ମାନିବାକୁ ନାରାଜ

ବିଶ୍ୱାସ ଜମାରୁ କରୁନି ଆବାଜ

ତୁମେ କିବା ସେହି 

ବାଲ୍ୟ କୈଶୁର ବେଳର ସହପାଠିନୀ

ଟେରୀ ଦାନ୍ତୁରୀ କେତେ କଣ

ବିବାଦୀୟ ବୟାନ 

ଅଭିମାନିନୀ ଆହ୍ଵାନ l


ବୁଝିଗଲି ଆଜି ---


ଯୌବନେ ମର୍କଟୀ ରମ୍ୟା

  ରମ୍ଭା ମେନକା ଫେଲ

ନାକ କାନ୍ଦୁରୀ ଫୁଲ ସୁକୁମାରୀ

   ଶତଦଳ ସଙ୍ଗେ ଗେଲ ।


Rate this content
Log in

Similar oriya poem from Romance