STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଲାଜେଇ ପ୍ରିୟତମା

ଲାଜେଇ ପ୍ରିୟତମା

1 min
147


ସଜ ସରୋଜ ଲପନା ପ୍ରିୟତମା

ଗୋଟେ ଲାଜକୁଳୀ ଲତା

ଚପଳ ଏଣୀ ସମାନ ତା ନୟନ

କହୁଥାଏ କେତେ କଥା

ଛୁଇଁଲେ ଝାଉଁଳି ପଡେ

ହସରୁ ତାହାର କୃଷ୍ଣଚୂଡା ରଙ୍ଗ

ପ୍ରସୂନ କି ଝରିପଡେ ।।


ଚାରୁ ଲତା କୋମଳାଙ୍ଗୀ ସୀମନ୍ତିନୀ

ଲାଜରେ ଝାଉଁଳି ଯାଏ

ଛୁଉଁଛୁଉଁ ଲାଜବତୀ ସଲଜେ ତା

ଓଢଣା ପକାଇ ଦିଏ

ଓଢଣି ଭିତରୁ ତାର

ଲାଜେଇ ମୁହଁ ତା ଫୁଟା ପଦ୍ମ ସତେ

ଦିଶେ ଆହା କି ସୁନ୍ଦର ।।


ମରାଳ ଗମନୀ କୋକିଳ ଭାଷିଣୀ

ତାର ସ୍ନେହ ତାର ପ୍ରେମ

ଅଭୁଲା ସେ ବାମା ସତେକି ଚନ୍ଦ୍ରମା

ଛୁଆଁ କୁମୁଦିନୀ ସମ

ତା ସ୍ପର୍ଶ ଶୀତଳ କର

ବାନ୍ଧେ ମନ ଯେହ୍ନେ ବାନ୍ଧି ହୁଏ ଜଳେ 

ନିବିଡେ ମୃଣାଳ ଦଳ ।।


ଲାଜେ ଜରଜର “ଶୀତଳ ବିମଳ

ଅପଘନ” ଘନକେଶୀ

କାମେ କାମକଳା ସୁଶୀଳା ଛଇଳା

ଏ ମନ ଆକାଶ ଶଶି

ଯଉବନ ଫୁଲଶର

ବାଜି ସେ ରକ୍ତାକ୍ତ କରଇ ମନକୁ

ଲାଜକୁଳୀ ପ୍ରିୟା ମୋର ।।


 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance