ପ୍ରୀତି ପାଦୁକା
ପ୍ରୀତି ପାଦୁକା
ଯାହା ମୁଁ ଭାବିନି ତା ଠାରୁ ଅଧିକ
ଦେଇଛ ମୋ ହାତେ ତୋଳି
ସୁଖ ଶାନ୍ତି ଆସି ମୋର ପାଦ ତଳେ
ଆନନ୍ଦେ କରନ୍ତି କେଳି ।
ସୀମନ୍ତିନୀ କଲ ସିନ୍ଦୂର ବିନ୍ଦୁରେ
ହସ୍ତକୁ କଙ୍କଣ ଚୁଡ଼ି
ଜରି ପକା ଧଡି କୁୁମ୍ଭ ଧାଡ଼ି ଧାଡ଼ି
ନାଲି ପାଟେ ଦେଲ ଜଡ଼ି ।
ଝୁମ୍ପା ମଲକଢିି କର୍ଣ୍ଣକୁ ଖଞ୍ଜିଲ
ଚମ୍ପା ଫୁଲ ଗଲା ରୁଷି
ପାଦରେ ପାଉଁଜିି ରୁଣୁଝୁଣୁ ଶଦ୍ଦେ
ପରୀ କଲା ମୋତେ ଦୋଷୀ ।
ଚୋରି କରି ନେଲ ସାଧବ ବୋହୂର
ସୁନ୍ଦରତା ଅଧିକାର
ଆକାଶ ତାରକା ପୁଞ୍ଜକୁ ଗୁନ୍ଥିଣ
କଣ୍ଠେ କଲ ଶୋଭା ହାର ।
ଯାମିନୀ ସାଜିଲା ନୟନ ଅଞ୍ଜନ
ମୁଖ୍ୟ ସ୍ରୋତ ପରା ତୁମେ
ଚିର ଦିନ ପାଇଁ ତୁମରି ପାଦୁକା
ସାଇତି ରଖିଲିିି ମନେ ।