STORYMIRROR

Dr Prasana Kumar Dalai.

Romance

4  

Dr Prasana Kumar Dalai.

Romance

ସ୍ବପ୍ନ ର ଶବ୍ଦ!

ସ୍ବପ୍ନ ର ଶବ୍ଦ!

1 min
5


ମୁଁ ଏକ ନିର୍ଜନତା 

ଗୋଧୂଳି ରେ ଏକୁଟିଆ 

ଅମାନିଆ କସ୍ତୁରୀ ର ବାସ୍ନା ବିଚଳିତ କରେ ମନ କୁ 

ତଥାପି କେତେ ରାତି ଚେଇଁ ରହିବାର 

ପୁରୁଣା ନିଶା 

ବହୂ ଦୂରରୁ ଦିଗବଳୟ ରେ 

ତୁମର ଉଙ୍କି ମାରି ଚାହିଁବା 

ବେଳେବେଳେ ସନ୍ଧ୍ୟାରେ 

ମହମ ବତୀ ର ଆଲୋକ ରେ ନିଜକୁ ଦେଖିବା ର ଛବି 

ମୋ ଜୀବନ ରେ କେବଳ ଦୁଃଖ ଓ ଯନ୍ତ୍ରଣା 

ଆଉ ତୁମ ହସ ର ଗୁଂଜରଣ 

ନୀଳ ଆକାଶ ତଳେ ଦୂର ସହର ଟି 

ଚାରିଆଡେ ଚଳ ଚଞ୍ଚଳ 

ଆଉ ମୁଁ ଖାଲି ସ୍ବପ୍ନ ଗୁଡାକୁ ସଜାଡୁଛି 

ପାଉଁଶ ତଳୁ ନିତି ଜିଉଁଛି |



Rate this content
Log in

Similar oriya poem from Romance