STORYMIRROR

Panchanan Jena

Romance

4  

Panchanan Jena

Romance

କି ନାମ ଦେବା ?

କି ନାମ ଦେବା ?

1 min
9


ମନର ବ୍ୟଥା କହିବା ନ ପଡ଼େ

ତନୁର ପିଡ଼ା ବି ବୁଝିବା ନ ପଡ଼େ

ଲୁହ ଝରିଗଲେ କାହାର ପାପୁଲି

ପ୍ରସରି ଯାଏ ଧରିବାକୁ କଢ଼େ

କୁହିଲ ଦେଖି

କି ନାମ ଦେବା 

ଏହି ସଂପର୍କ ସମ୍ବନ୍ଧକୁ

ଏହି କ୍ଷୀର ନୀର ଭାବକୁ


 ରାଗ ବରଫ ପାଲଟିଯାଏ ସେ ନମ୍ର ଚାହାଣୀରେ

ସମସ୍ୟା ସମାଧାନର ରାସ୍ତା ଫିଟାଏ

ସେ କମ୍ର କାହାଣୀରେ

ତେଲ ଲୁଣର ଜଞ୍ଜାଳ ଜଳିୟବାଷ୍ପ ପରି

ଉଡି ପଳାଏ ସେ ତାମ୍ର ଓଢ଼ାଣିରେ

କହିଲ ଦେଖି

କି ନାମ ଦେବା

ଏହି ସଂସାର ମନ୍ଦିରକୁ

ଏହି ଅମୃତ ଅନୁଭବକୁ


କାନ୍ଧରେ ମୁଣ୍ଡରଖିଲେ ଶାନ୍ତି ବିରାଜେ

ଛାତିରେ ମୁଁହ ଗୁଞ୍ଜିଲେ ପ୍ରଶାନ୍ତି ଖୋଜେ

ଓଠରେ ଓଠ ଯୋଡିଗଲେ ଲାଜ ନଈରେ

ସୁଅ ମୁହଁରେ କାମ ଗରଜେ

କହିଲ ଦେଖି

କି ନାମ ଦେବା

ଏହି ସରଗ ଠୁଁ ସୁନ୍ଦର ସ୍ନେହକୁ

ଏହି ସରସ ପରଶ ମିଳନକୁ


ଆଖି ପଲକରେ ଝଲକରେ ବାଙ୍କ ଚେହେରା

ଆଖି ଲୁହରେ ସୁଅରେ ତାଙ୍କ ପତିଆରା

ଆଖି କୋଣରେ ମୁଣିରେ ସାଇତା ସ୍ମୃତି ଗିଟାର

ପୁଣି ବାଜିଉଠେ ଫାଙ୍କ କେନ୍ଦରା

କହିଲ ଦେଖି

କି ନାମ ଦେବା

ଏହି ଅତୁଲ୍ୟ ଅମୂଲ୍ୟ ମୁର୍ଚ୍ଛନାକୁ

ଏହି ସ୍ୱର୍ଗୀୟ ସୁଧାମୟ ଅର୍ଚ୍ଚନାକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance