ଭାରି ମିଠା ଲାଗେ ତୁମ ମିଛି ମିଛିକା
ଭାରି ମିଠା ଲାଗେ ତୁମ ମିଛି ମିଛିକା
ଭାରି ମିଠା ଲାଗେ ତୁମ ମିଛ ରାଗ
କେତେ ଖୁସି ଲାଗୁଥାଏ
ସେଇ ଖୁସି ଟିକେ ପାଇବାର ପାଇଁ
ତୁମକୁ ଚିଡେଇ ଦିଏ ।
ରାଗି ଗଲେ ତୁମେ କେତେ ବକି ଯାଅ
ନୀରବତା ଭାଙ୍ଗି ଥାଏ
ସେଇ ନୀରବତା ଭାଙ୍ଗିବା ପାଇଁ କି
ତୁମକୁ ରଗେଇ ଦିଏ ।
ଉପରେ ଉପରେ ରାଗି ଯାଅ ସିନା
ମନ ତୁମ କଷ୍ଟ ହୁଏ
ସେଇ କଷ୍ଟ ତୁମ ଅନୁଭବ କରି
ତୁମକୁ ମୁଁ ଭଲ ପାଏ ।
ବେଶୀ ରାଗି ତୁମେ କଥା ନ କହିଲେ
ଲୁହ ମୋର ଝରି ଯାଏ
ଭୋକ ଶୋଷ ସବୁ ଭୁଲି ଯାଇ ମନ
ତୁମକୁ ଯେ ଖୋଜି ହୁଏ ।
ମନ ମାନି ଗଲେ ମନେଇ ତ ନିଅ
ଗେହ୍ଲେଇ ମୁଁ ହେଇଯାଏ
ତୁମ ବାହୁ ଡୋରେ ଛନ୍ଦି ହେଇ ମୁହିଁ
ତୁମକୁ ଯେ ଦେଖୁଥାଏ ।
ମିଛି ମିଛିକା ତ ତୁମ ସେଇ ରାଗ
ସେଇଠି ଉଭେଇ ଯାଏ
ଭଲ ପାଇବାର ସେଇ ମିଠା ସ୍ମୃତି
ହୃଦୟରେ ଆଙ୍କି ଦିଏ ।
ମିଛି ମିଛି ତୁମ ସେଇ ମିଛ ରାଗ
ପାଖେ ତୁମ ଟାଣି ନିଏ
ତୁମ ମିଛ ରାଗ ଦେଖି ବେଳେ ବେଳେ
କଟି ମୁଁ ପକେଇ ଦିଏ ।
ମାନ ଅଭିମାନ ରାଗ ରୁଷା ପ୍ରେମ
ଭାରି ମଜା ଲାଗୁଥାଏ
ତୁମ ମିଛ ରାଗ କେତେ ମିଠା ଥାଏ
ସେତେବେଳେ ଜାଣି ହୁଏ ।
କେତେ ଭଲ ପାଅ ହୃଦୟରୁ ମୋତେ
ତୁମ ରାଗ କହି ଦିଏ
ସେ ଭଲ ପାଇବା ପାଇବାର ପାଇଁ
ତୁମକୁ ରଗାଉ ଥାଏ ।

