STORYMIRROR

ASHIS KUMAR SWAIN33

Romance

4  

ASHIS KUMAR SWAIN33

Romance

ଗ୍ରୀଷ୍ମାଗମନ

ଗ୍ରୀଷ୍ମାଗମନ

1 min
21

ମହୁଲ ବିଭାସେ ବିଭୋର ଅବନୀ, 

ରୌଦ୍ର ବିଭାବସୁ ବକ୍ଷେ ମଳୟ ବନ୍ଦିନୀ !!

ମଲ୍ଲୀ, ହେନା ଜୁଇ ଶୁଭ୍ର ସମ୍ଭାରେ,

ଖିଲି ଖିଲି ହସେ କୁରେଇ କାମିନୀ ।।


ୠତୁ ନୃପତି ବିଦାୟେ, ବିଦୀର୍ଣ୍ଣ କ୍ଷିତି 

ଭାଳି ହୁଏ ଭାବି ଅସହ୍ୟ ହେବ ନିଦାଘ ତାତି !!

ଶୁଷ୍କ ହୋଇବ ଏବେ ସଲିଳ ଆଳୟ,

ନିର୍ଝରଣୀ ସଙ୍ଗୀତ ମୂର୍ଚ୍ଛନା ଯେ ବିଲୟ ।।


ବସନ୍ତ ବିହୁନେ ବାହୁନେ କୋଇଲି,

ନଭେ ଦିଶେ ନାହିଁ ନୀଳ ଯୋଛନା ଯାମିନୀ !!

ବିବସ୍ୱାନ କୋପେ ନିର୍ଜଳ ସରୋବରେ,

ମଳିନ ପଡ଼ିଛି କାନ୍ତି କମଳିନୀ ।।


ଗ୍ରୀଷ୍ମ ଆଗମନେ ମ୍ଳାନ ପଳାସ ସୁମନ, 

ଭୂମାରୁ ଭୂମି ତ୍ରାହି ତ୍ରାହି ଜପେ ଜନ ଜୀବନ !

ବହ୍ନି ପ୍ରେମେ ଚୋରା ଚଇତାଳି ହୋଇଲା ମଗ୍ନ ।

କଳା ବଉଦ କୋଳେ ସୌଦାମିନୀ ନିଶ୍ଚିହ୍ନ !!

ଚାତକ ନୟନ ଚାହିଁଛି ବରଷିବ ବିନ୍ଦୁଏ ଘନ ।।


ପ୍ରଖର ତପତେ, ଆନମନା କୁସୁମ ମୌନ 

କୁରୁବେଲିକୁ ଝୁରେ ପାଗଳ ଭ୍ରମର ମନ ।

ନିସ୍ୱନ ନୀରବେ ହଜିଛି ପ୍ରୀତି ଗୁଞ୍ଜନ !

ନିସ୍ୟନ୍ଦିତ ମଧୁ ଶୂନ୍ୟ ମହୀ, ପ୍ରେମ ଋତୁ ବିରହେ

ଗ୍ରୀଷ୍ମାଗମନ ସନ୍ତାପେ ତୃଷ୍ଣାର୍ତ୍ତ ପ୍ରାଣ ବହୁ କଷ୍ଟ ସହେ।।


 


विषय का मूल्यांकन करें
लॉग इन

Similar oriya poem from Romance