STORYMIRROR

Sunanda Mohanty

Abstract Romance Others

4  

Sunanda Mohanty

Abstract Romance Others

ବରଷା ଆଣିଛି

ବରଷା ଆଣିଛି

1 min
8


ଜୀବନର ତମାମ ମହକ 

ବଦଳିଗଲା କେବଳ ତ୍ରାସ 

ଜୀବନର ଏତେ ଖାମଖିଆଲିରେ 

କୁଆଡୁ ଫୁଟିବ ହସ 

ଜୀବନଟା ଲାଗେ ବୋଝପରି 

ମରିଯାଇଛି ମଧୁମାସ 

ଚୁନା ହେଲା ସ୍ବପ୍ନ ବାସୁନାହିଁ ଚନ୍ଦନ 

ଜୀବନେ ଏତେ ସନ୍ତ୍ରାସ 

ସହି ହୁଏ ନାହିଁ ରୌଦ୍ରର ଭାଉ 

ଦାଉ ସାଧେ ଚନ୍ଦ୍ରହାସ 

ମଖମଲ୍ଲୀ ବେଶ ବାସ ରସ ହସ 

ଚୁଲିରେ ହେଲାଣି ପାଉଁଶ 

ସବୁ ଭୁଲ ଯଦି ମଣିଷ କରୁଛି 

ଦେବତା ଦଉଡି ଫାସ 

ଦୈବ ଦଉଡି ମଣିଷ ଗାଈ 

କାହିଁ କରେ ଅବଶୋଷ 

ନିରାସେ ନଳିନୀ ଶୁଖେ କମଳିନୀ 

ଚାତକୀ ଡାକୁଛି ବରଷା ଆସ 

ତୁମେ ଆସିଗଲେ ଫେରିବ ଜୀବନେ 

ମଧୁମାସ ଦିନ ବର୍ଷ ହର୍ଷ 

ଟୋପା ଟୋପା ଅମୃତ ଧରଣୀ ଓଠରେ 

ଲେପିଦେବ ବରଷା ସ୍ପର୍ଶ 

ଅଢେଇ ଦିନର ଜୀବନରେ କେହି 

ହୁଅନା କେବେ ନିରାସ 

ଧର୍ଯ୍ୟ ଫଳ ମିଠା ନାହିଁ ତାର ସିଠା 

ପୁଣ୍ୟର ନଈରେ ଖେଳେ ସାରସ 

ଅମୃତର ବାରି ପଡୁଥାଉ ଝରି ଧରଣୀରାଣୀ 

ଖୋସାରେ ଗୁରେଇ ଫୁଲର ବାସ

ବରଷା ଆଣିଛି ଦି ଘଡି ଜୀବନେ 

ଚନ୍ଦ୍ରହାର ପିନ୍ଧାଇ ଚନ୍ଦ୍ରବଦନୀବେଶ ।।


विषय का मूल्यांकन करें
लॉग इन

Similar oriya poem from Abstract