ଆଖି ଅଟେ ସାକ୍ଷୀ
ଲୁହ ମୋହ ମାୟାର
ଆଖି ଗୋଟେ ପକ୍ଷୀ
ଦେଖୁଥାଏ ବସି ଉଠି ରଖି
ସ୍ନେହ ଶ୍ରଦ୍ଧା ଆପଣାପଣର
ଆଖି ଆଖି ଆଖି
ଦେଖି ଶିଖି ଲେଖି
ମନ ବୁଝେ ଭାରି ଆପଣାର
ଆଖି ଗଲେ ବୁଝି ମନ ଯାଏ ଶୁଝି
ଆଖି ଭାରି ଦୁଷ୍ଟ ନଷ୍ଟ ଉପଚାର
ଆଖି ଧାରେ ନୀରେ ସୃଷ୍ଟି ନଈ ପରେ
ଦୁଃଖ ସୁଖ ଢେଉ ମାନବିକତାର
ଆଖି ଆଖି ଆଖି
ସାକ୍ଷୀ ଥାଏ କେବେ ପୁଣି ଉଡ଼ାପକ୍ଷୀ
ଭଡା ରଖିବାକୁ ଆଖି
ଲୁହର ଲୁଣିଆ ସମୁଦ୍ର ଦେଖି
ପାରିବାର ଭାରି ପାରାବାର
ଆଖି କୋଣେ ଗଙ୍ଗା ଆଖି ଲୁହ ଡ଼ଙ୍ଗା
ଧୋଉଥାଏ ପଦ ରାମ ରୂପକ ଇଶ୍ୱରଙ୍କର
ଏଲନିନୋ ଦେଖି ଆଖି କାନ୍ଦି ଲୁହ ମାଖି
କହେ ମୁଁ ଜୀବନେ ନିସ୍ଵାର୍ଥପର
ଲୁହ ନଈ ବହି ଧାନ କେଣ୍ଡା ରହି
ଉଠିବ ବଢିବ ଦେବ ଧାନ ମୁଗ ଅପାର
ଆଖି କୋଣେ ଗଙ୍ଗା ସଳଖିବେ ଜୀବନ ଡ଼ଙ୍ଗା
ଦେଵେ ଧନ ଧାନ ଅପାର
କି କରିବ ଏଲନିନୋ
ଆଖି ବୁହାଇବ ବର୍ଷାଧାର ଧରଣୀପର