STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଖାଣ୍ଟି ସତ 

ଖାଣ୍ଟି ସତ 

1 min
0


ସ୍ମୃତିର ଗଣ୍ଠିଲି ଏକଦମ ଶୁଖା ଅଛି 
ବର୍ଷା ଭିଜେଇନି ଛତା ଦରକାର ପଡିନି
ସ୍ମୃତି ତ ଏମିତି କାଗଜରେ ଗୁଡା 
କେବେ ବର୍ଷାର କାଗଜ ଡ଼ଙ୍ଗା ହୋଇନି 
ମୁଠେ ମାଟିରେ ବତୁରି ଛତୁ ଫୁଟିନି 
ତେବେ ସ୍ମୃତି କଣ କାଠ 
ନା ସ୍ମୃତି କେବଳ ଗଳ୍ପ 
ତୋର ତାର ମୋର ସ୍ୱଳ୍ପ ବା ଅଳ୍ପ 
କାଲିକି କାଲି ଜୁଇ ଯାଏଁ ଚାଲି 
ସେ ଫେରିଛି,ମୃତ୍ୟୁକୁ ଜୟ କରିଛି 
ସେ ବିଜୟିନୀ ଟୀକା ପିନ୍ଧିନି 
ଚନ୍ଦନ ସିନ୍ଦୁର ନାଇନି 
କହିପାର ବ୍ୟକ୍ତିଗତ କିନ୍ତୁ ମିଛ 
ଏହା ତ ତୋ ମୋ ତା କାହାଣୀ ମାତ୍ର 
ଆଜି ସତ କାଲି ମିଛ 
ଅନୁଭୂତ ସ୍ଥାନ କାଳ ପାତ୍ର 
ଆଜି ଏଠି କାଲି ସେଠି କିନ୍ତୁ ମାଟି ପରି 
ଏକଦମ ସତ୍ୟ 
ଘାଣ୍ଟିଲେ କବି କବୟିତ୍ରୀ ଅବା ବିନ୍ଧାଣୀ କେହି 
ବିତିଯିବ ଯୁଗପତ 
ଏଯାବତ ବସିନି କି ଉଡିନି ମାଛି କି ମାଛ 
ସ୍ମୃତି ମଣିଷର ଦୈନଦିନ ମଉତ୍ସବ


Rate this content
Log in

Similar oriya poem from Action