STORYMIRROR

Sunanda Mohanty

Abstract Children Stories Thriller

4  

Sunanda Mohanty

Abstract Children Stories Thriller

ପାହାଡିକନ୍ୟା 

ପାହାଡିକନ୍ୟା 

1 min
0


ମାଗିଥିଲା ବୋଲି ଟୋପାଏ ହସ 
ହେଇଗଲା ଆଜି ସିଏ ଉଦାସ 
ଧାଇଆସିଥିଲା ପେଟପୋଷିବାକୁ 
ଜନଜାତି କନ୍ୟା ରଖି ଉଲ୍ଲାସ 
ମାଗିନଥିଲା କାହାକୁ ରାଜମୁକୁଟ 
ଗୁମୁଟ ଭିତରେ ଟିକିଏ ସ୍ପର୍ଶ 
କାଳ ଜାଣିଥିଲେ କର୍ଡି ବିକିବାକୁ ଆସି 
ହୁଅନ୍ତା କାହିଁକି ଅଣନିଶ୍ଵାସ 
ଭାଗ୍ୟ ବିଚିତ୍ର ସଂସାର ବୈଚିତ୍ର 
ଦେଖି ଶିଖି ରଖି ଜଗା ବିଶ୍ୱାସ 
ସିନ୍ଦୁର ନଥାଉ ଟିକିଲି କେ ନେବ 
କନ୍ୟା ଯେବେ ତାର ପ୍ରଥମ ଓ ଶେଷ 
କର୍ଡି ବିକୁ ଅବା କଦଳୀ ତଥା ମହୁଲ 
ଚଳିଯିବ ଅବଶ୍ୟ 
ପାହାଡି କନ୍ୟାର ଧର୍ଯ୍ୟ ଅଛି ବୋଲି 
ବିଶ୍ୱାସରେ ଆଜି ଶକ୍ତି ସାହାସ 
ନଥାଉ ମୁକୁଟ କହୁ  ପାଷାଣୀ କନ୍ୟା
ନାହିଁ ତାର ଅବଶୋଷ 
କାଳିଆ ଠାକୁର ରୂପରେ ନୁଁହଁନ୍ତି ଗୁଣରେ 
ହୁନ୍ଦର ତାଙ୍କ ଅଶେଷ 
ହାରିନଯାଇ ସେ ସାହାସୀ ଧର୍ଯ୍ୟବତୀ ହେବ 
ଝିଅ ତାର ନିଶ୍ଵାସ ବିଶ୍ୱାସର ଭାଗଶେଷ 
ପରିଚୟ ତାର ପାହାଡି ମୂଲକର କନ୍ୟା 
ପରିଶ୍ରମ କରେ ଯେ ଅଶେଷ
ଧର୍ଯ୍ୟ ସାହାସ ପରାକ୍ରମ ପରିଶ୍ରମ 
ମୁଖରେ ଫୁଟାଏ ବିଷ ବଦଳେ ହସ


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract