STORYMIRROR

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

କଙ୍କାଳଟିଏ

କଙ୍କାଳଟିଏ

1 min
240

ଏ ଅବୟବ ତ ଶୂନ୍ଯ ହୀନ

ବୟସର ଆୟୁଷ ଶେଷ ପରେ

ଆୟୁଷର ପିୟୁଷ ବିଷ ହେଲାପରେ

ନିଶ୍ୱାସ ଫେଡ଼ିଗଲା ପରେ ଚର୍ମ ନଷ୍ଟ ହେଲାପରେ

କୁତ୍ସିତ ଭୟଙ୍କର ଦେଖାଯାଉଥିବା ଏହା

କେବଳ ଏକ ନରକଙ୍କାଳଟିଏ,

ଦେହ ଦେହକୁ ନେଇ ତ ପୋଷାକ

ଦୁଇ ସୁନ୍ଦର ଆଖି ଆଖିକୁ ନେଇ କେତେ ସପନ

ଥରେ ନିଜକୁ ଆଇନାରେ ଦେଖ ସବୁ ମିଛ

ନିଜେ ନିଜର ବସ୍ତ୍ରହରଣ କରି ଦେଖ

ଲଜ୍ଜିତ ହେବ, ଛି କେଡ଼େ ବିକଟାଳ ବିକୃତ ରୂପ

ଏହି ଦେହ ନାମକ ଚିଜର,

ଜନ୍ମ, ଜନ୍ମକୁ ନେଇ ମରଣର ତତ୍ତ୍ବ

ଶରୀର ରୂପ ରୂପରେ ମୋହ ମୋହରୁ ଦେହ

ଦେହରୁ ଆକର୍ଷଣ ଆକର୍ଷଣରୁ ଜାତ

ପ୍ରଣୟର ଆଳୟ ଭାଙ୍ଗିଦିଏ ଲୟ

ମନ ଦେହ ଅଥୟ ଜାତ ହୁଏ ନବଜାତକ

ପୁଣି ଶରୀର ପୁଣି ରୂପ ଏ ସବୁ ତ ଚକ୍ରଟିଏ

ଚକ୍ର ଭିତରେ ଲୋଭ ଈର୍ଷା ଭୟ ସମ୍ମୋହନ,

ନିଜେ ସମ୍ରାଟ ନର ଏଠି

ନିଜେ ନିଜକୁ ହିଁ ମୋହରେ ଇଛାରେ ବାନ୍ଧେ

ବାରବାର ସେ ପରକୁ ଆପଣାରକୁ ନିନ୍ଦେ

ଏନ୍ତୁଡ଼ିଶାଳ ରୁ ମଶାଣି ମାଟିରୁ ମାଟି

ଆକାଶ ଛୁଇଁଲେ ବି ମାଟି

ମଣିଷ ମାରିଲେ ବି ସେହି ମାଟି ସହ ଶେଷ

ସମସ୍ତେ ଜୀବ ପୁଣି ସବୁ ନିର୍ଜୀବ

ଆତ୍ମା ଛାଡ଼ିଦେଲେ ସିଂହ ମଧ୍ଯ ହାଡ଼ ମାଂସ ଖଣ୍ଡକିଛି

ସବୁ କଙ୍କାଳ ମିଛ କଙ୍କାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract