ଦୁଃସ୍ବପ୍ନ
ଦୁଃସ୍ବପ୍ନ
ପୂର୍ବକୁ ଗଲି ଚୋର
ହାତ ଠାରି ଡାକିଲା
ପଶ୍ଚିମକୁ ଗଲି
ମିଛ କାନ୍ଧରେ ହାତ ପକେଇଲା
ଉତ୍ତରକୁ ଗଲି
ସୈତାନ ମୈତ୍ରୀ ବାନ୍ଧି ଆସିଲା
ଦକ୍ଷିଣକୁ ଗଲି
ଭୟ ମାଡି ବସିଲା
ଆଖି ଖୋଲା ଥିଲା ସ୍ବପ୍ନ ଦେଖିଲି
ସାଉଁଟି ପାରିଲିନି
ଶାମୁକାରୁ ମୁକ୍ତା
ପଙ୍କରୁ ପଦ୍ମ କି
ସାପ ମୁଣ୍ଡରୁ ମଣି ।।
