STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ରାମନାମ ସତ୍ୟ ଚିରକାଳ

ରାମନାମ ସତ୍ୟ ଚିରକାଳ

1 min
33


ଆରାଧ୍ୟ ରାଷ୍ଟ୍ରର  ଶ୍ରୀରାମ ଆମର 


ଧର୍ମ  ସନାତନ ସଂସ୍କୃତି ଦେଶର  !!


ମନୁଷ୍ୟ କର୍ତ୍ତବ୍ୟ ଦେଲ ମନୁଷ୍ୟକୁ


ଦୂର ଜାତିଭେଦ, ସମ ବ୍ୟବସ୍ଥାକୁ  !!


ସମଭାବ ନୀତି ରାଷ୍ଟ୍ରହିତେକାର୍ଯ୍ୟ


ଶାସନ ପ୍ରଣାଳୀ ଶାସନରେ ଧାର୍ଯ୍ୟ !!


ଦେଖିବ ଜଗତ ବାଲ୍ୟରୂପ ତୋର


ନାମଯେ ଗୁଞ୍ଜୁଛି ପ୍ରେମରେସଂସାର !!


ପରି ତ୍ରେତୟାର ଦୃଶ୍ୟ ଦିଶୁଅଛି 


କିବା ରାମରାଜ୍ୟ ଶାସନ ଚାଲିଛି  !!


ଭବ୍ୟ ଦିବ୍ୟ ଦିଶେ ରାମଙ୍କ ମନ୍ଦିର


ତାଙ୍କ ଗର୍ଭ ଗୃହେ ବିଗ୍ରହ ପ୍ରଭୁର  !!


ନୁହେଁ ଏ ବିଗ୍ରହ ସାକ୍ଷାତ ଈଶ୍ଵର 


ତାଙ୍କରି ଇଚ୍ଛାରେ ଚଳୁଛିସଂସାର !!


ଦେଉଛି ବିଶ୍ବକୁ ଶାନ୍ତିର ସନ୍ଦେଶ


ରାମଜନ୍ମ ଭୂମି ଅଯୋଧ୍ୟା ପ୍ରଦେଶ !!


ଅପୂର୍ବ ଉତ୍ସାହ ରାଷ୍ଟ୍ରର ଭିତର


ନାମ ଗୁଞ୍ଜୁ ଅଛି ଦେଶର ବାହାର !!


ପ୍ରାଣ ପ୍ରତିଷ୍ଠାକୁ ଦେଖିବା ସାକ୍ଷାତ 


ଅପେକ୍ଷାକରିଛି ଯୋଡ଼ି ବେନିହସ୍ତ !!


ବହୁ ବର୍ଷ ଭକ୍ତ ସଂଘର୍ଷର ଫଳ


ଅସୁର ପ୍ରବୃତ୍ତି ଅସତ୍ୟ ବିଫଳ !!


ଯୁଗ ଯୁଗ ହୁଏ ବିଜୟ ସତ୍ୟର


ସଂସ୍କୃତି ସଂସ୍କାର ସନାତନ ଯାର !!


ପୁରୁଷୋତ୍ତମ ପରଂବ୍ରହ୍ମ ଶ୍ରୀରାମ


ଆଶାଅଭିଳାଷା ସର୍ବାଙ୍ଗରେ ରାମ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract