Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ତୁଳସୀ ପୂଜନ

ତୁଳସୀ ପୂଜନ

1 min
4



ଏ କଳି ଯୁଗରେ ତୁଳସୀ ପୂଜନ

ସବୁଠାରୁ ପୂଣ୍ୟ ହେଇ 

ଶ୍ରଦ୍ଧା ଭକ୍ତି ବିଶ୍ୱାସରେ ପୂଜେ ଯିଏ

ପୂଣ୍ୟ ଫଳ ପାଇ ଥାଇ ।


ତୁଳସୀ ବୃକ୍ଷରେ ତେତିଶତ କୋଟି

ଦେବାଦେବୀ ଥାନ୍ତି ରହି

ସକାଳେ ତୁଳସୀ ମୂଳେ ଜଳ ଦେଲେ

ପୂଣ୍ୟ ଫଳ ପାଏ ସେହି ।


ତୁଳସୀ ପୂଜିଲେ ଭଗବାନ ବିଷ୍ଣୁ

 ସନ୍ତୁଷ୍ଟ ଥାଆନ୍ତି ହେଇ 

ତୁଳସୀ ପଡିଲେ ପ୍ରଭୁ ଜଗନ୍ନାଥ 

କରି ଥାଆନ୍ତି ମଣୋହୀ ।


ମହା କାର୍ତ୍ତିକରେ ତୁଳସୀ ପୂଜନ

ସବୁଠାରୁ ତୀର୍ଥସ୍ଥାନ 

ତୁଳସୀ ସେବିଲେ କ୍ଷଣିକ ଭିତରେ 

ପାପ ହୁଅଇ ମୋଚନ । 


ତୁଳସୀ ଦେବୀଙ୍କୁ ପୂଜୁ ଥାଏ ଯିଏ

ବୈକୁଣ୍ଠ ପ୍ରାପତ ହୋଇ

ଭଗବାନ ବିଷ୍ଣୁ ଶୁଭ ଆଶୀର୍ବାଦ 

ସର୍ବଦା ଯେ ରହି ଥାଇ ।


ତୁଳସୀ ତୋଳିବା କେତୋଟି ଦିବସେ

ବାରଣ ଯେ ଥାଏ ହେଇ

ନୀତି ନିୟମକୁ ମାନି ଚଳୁ ଥିଲେ

ପୂଣ୍ୟ ଫଳ ପାଇ ଥାଇ ।


ଅମାବାସ୍ୟା, ସଙ୍କରାନ୍ତି, ପୂର୍ଣ୍ଣିମାରେ

ତୁଳସୀ ତୋଳିବା ମନା

ଷଷ୍ଠୀ, ଦ୍ୱାଦଶୀ, ଗୁରୁ, ରବିବାରରେ

ଏ କଥା ମନୁ ଭୁଲନା ।


ତୁଳସୀଙ୍କୁ ପୂଜି ଦୀପ ଜଳାଇଲେ

ସଂସାର ସୁଖରେ ଚଳେ

କାର୍ତ୍ତିକ ମାସରେ ତୁଳସୀ ଚଉରେ

ଆକାଶ ଦୀପଟି ଜଳେ ।


ତୁଳସୀ ଗାଧୋଇ ମୁରୁଜ ପକେଇ

ଭକତି ନିଷ୍ଠାରେ ଯିଏ

ସତୀ ତୁଳସୀଙ୍କୁ ହୃଦୟରୁ ପୂଜେ

ନା କେବେ ହାରେ ସିଏ ।


ତୁଳସୀ ପୂଜନ ମହିମା ଅନେକ 

ତୁଳସୀରେ ମୁକ୍ତି ଥାଏ

ତୁଳସୀ ପୂଜନେ କୁଳବଧୂଟିଏ

ସୌଭାଗ୍ଯବତୀଟି ହୁଏ ।


ଜଳନ୍ଧର ପତ୍ନୀ ସତୀ ବୃନ୍ଦାବତୀ

ଏ କଳି ଯୁଗ ତୁଳସୀ

ତୁଳସୀ ପୂଜନ ମୁକତି କାରଣ

ପୂଣ୍ୟର ଭରା କଳସୀ ।


Rate this content
Log in

Similar oriya poem from Abstract