STORYMIRROR

Sunanda Mohanty

Abstract Others

4  

Sunanda Mohanty

Abstract Others

କବି ଓ କବିତା

କବି ଓ କବିତା

1 min
19


ମଣିଷ ଭିତରେ କବି ମଣିଷଟା

 ଅଲଗା ଟିକିଏ ବୋଧହୁଏ

ଆଦର କଲେ ଖୋସାମତ ନଭାବି

ଜୀବନ ସଂଜ୍ଞା ଲେଖୁଥାଏ

ଉପଦେଶ ଦେଲେ ମୁହଁ ନବୁଲାଇ

ଓଡିଶା ଗୌରବ ଗାଥା କହେ

ଉପକାରେ ଅସ୍ବୀକାର ନକରେ କେବେ

ପ୍ରେମ ପ୍ରଣୟ ଲେଖୁଥାଏ

ବିଶ୍ୱାସ କଲେ କ୍ଷତି କରେନାହିଁ କେବେ

ପ୍ରକୃତି ବିଚିତ୍ର ବୈଚିତ୍ର ଲେଖୁଥାଏ

ଅନ୍ୟ ସୁଖ ଦେଖି ହିଂସା କରେନାହିଁ ଜମା

ଛନ୍ଦ ପଦ ଯୋଡି କବିତା ଗାଇଯାଏ 

ଦୁଃଖ ସମୟେ ସୁଯୋଗ ଖୋଜେନାହିଁ କବି 

ଦରଦୀ ଭାଷାରେ ଦରଦ ଫୁଟାଇଥାଏ

ଭଲ ପାଇଲେ ଆଘାତ ବ୍ୟତିରେକେ ଭଲପାଏ

କବି ପଡିବାଚ୍ୟ ସିଏ

ସ୍ୱାର୍ଥ ପୁରଣ ସରିଗଲେ ଛାଡିଯାଏନାହିଁ

ପାଖେ ପାଖେ ସଦା ରହେ

ମଣିଷ ମରିବ କବି ବି ମରିବ ନିଶ୍ଚୟ

ଦୁନିଆଁ ନିୟମ ଇଏ

କବି ମରିଗଲେ ପ୍ରକୃତି କାନ୍ଦୁଥିବ ସଦା

ତା ପାଇଁ ଲେଖିବ କିଏ

ମଣିଷ ପ୍ରକୃତି ମଲେ ତୁଟେ ଘୁଷୁରୀ

ପ୍ରକୃତି ପଙ୍କେ ଲୋଟ ନଜାଣିଛି କିଏ

ମଣିଷ ଭିତରୁ ମଣିଷ କବିଟି ସତରେ 

ମରି ବି ଅମର ରହେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract