କବି ଓ କବିତା
କବି ଓ କବିତା
ମଣିଷ ଭିତରେ କବି ମଣିଷଟା
ଅଲଗା ଟିକିଏ ବୋଧହୁଏ
ଆଦର କଲେ ଖୋସାମତ ନଭାବି
ଜୀବନ ସଂଜ୍ଞା ଲେଖୁଥାଏ
ଉପଦେଶ ଦେଲେ ମୁହଁ ନବୁଲାଇ
ଓଡିଶା ଗୌରବ ଗାଥା କହେ
ଉପକାରେ ଅସ୍ବୀକାର ନକରେ କେବେ
ପ୍ରେମ ପ୍ରଣୟ ଲେଖୁଥାଏ
ବିଶ୍ୱାସ କଲେ କ୍ଷତି କରେନାହିଁ କେବେ
ପ୍ରକୃତି ବିଚିତ୍ର ବୈଚିତ୍ର ଲେଖୁଥାଏ
ଅନ୍ୟ ସୁଖ ଦେଖି ହିଂସା କରେନାହିଁ ଜମା
ଛନ୍ଦ ପଦ ଯୋଡି କବିତା ଗାଇଯାଏ
ଦୁଃଖ ସମୟେ ସୁଯୋଗ ଖୋଜେନାହିଁ କବି
ଦରଦୀ ଭାଷାରେ ଦରଦ ଫୁଟାଇଥାଏ
ଭଲ ପାଇଲେ ଆଘାତ ବ୍ୟତିରେକେ ଭଲପାଏ
କବି ପଡିବାଚ୍ୟ ସିଏ
ସ୍ୱାର୍ଥ ପୁରଣ ସରିଗଲେ ଛାଡିଯାଏନାହିଁ
ପାଖେ ପାଖେ ସଦା ରହେ
ମଣିଷ ମରିବ କବି ବି ମରିବ ନିଶ୍ଚୟ
ଦୁନିଆଁ ନିୟମ ଇଏ
କବି ମରିଗଲେ ପ୍ରକୃତି କାନ୍ଦୁଥିବ ସଦା
ତା ପାଇଁ ଲେଖିବ କିଏ
ମଣିଷ ପ୍ରକୃତି ମଲେ ତୁଟେ ଘୁଷୁରୀ
ପ୍ରକୃତି ପଙ୍କେ ଲୋଟ ନଜାଣିଛି କିଏ
ମଣିଷ ଭିତରୁ ମଣିଷ କବିଟି ସତରେ
ମରି ବି ଅମର ରହେ।
