STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ମୋ ଗାଁ ଟି 

ମୋ ଗାଁ ଟି 

1 min
0


ମୋ ଜନମ ଯୋଉଠି 
ସେଇଟି ସୁନା ଝରା ମୋ ଗାଁ ଟି 
ଚାଳ ରେ ତାର କଖାରୁ ଡଙ୍କ ଲୋଟି 
ଫୁଲ ଫୁଟି ଛତୁ ଉଠି 
ଦେଉଳ ଚୂଡ଼ାରୁ ଦିଶେ ଫୁଟି 
ମୋ ମହୁଝର ଗାଁ ଟି 
ଜନମ ମୋ ସେଇଠି 
ରହେ ମୁଁ ଯୋଉଠି 
ପ୍ରତିଛବି ତାର ଆସେ ମନେଟି 
ସ୍ମୃତି ଫୁଟି ଗୋଟି ଗୋଟି 
ଲେଖେ କବିତା ମୁଁ କେଇଟି 
ପୋଖରୀ ହୁଡ଼ା ମନ୍ଦିର ଚୂଡ଼ା 
ଦିଶୁଥାଏ ରହେ ପଛେ ଯୋଉଠି 
ପାଖେ ପାଖେ ଥାଏ ସତେ ମୋ ଗାଁଟି 
ଲେଖୁଥାଏ ତା ନାଁ ଟି, ତା ସୁନାଫୁଲ ନାଁ ଟି 
କହେ ଯିଏ ମୋ ନାଁରେ ଅଛୁ ପୁଅ କେଉଁଠି 
ମାଆ ପରି ଗାଁ ମୋର ସର୍ବସଂହା କହିଟି 
ଛାଡି ଆସିଥିଲେ ବି ଥାଉ ପଛେ ଏଇଠି 
ଛୋଟ ହେଉ ପଛେ ମୋ ଗାଁଟି 
ଭୁଲିନାହିଁ ଭୁଲିବିନି ତାର ନାଁ ଟି 
କେତେ ଆଶା କରିଟି ଥାଉ ପଛେ ଯିଏ ଯେଉଁଠି 
ମୋ ଗାଁ ନାଁଟି ରଖି ପାଖେ ସାଉଁଟି 
ମୋ ଗାଁ ନାଁଟି ଇତିହାସେ ଲେଖାଟି 
ମୋ ଗାଁ ମୋର ମାଆଟି 
ମନେ ପଡେ ତା ଛାତିରେ ଚାଲି ଅଛି ଶିଖି ଟି 
ଗାଁ ନାଁ କହିଟି ପରିଚୟ ମୋର ସେଇଠି


Rate this content
Log in

Similar oriya poem from Abstract