ସବୁଦିନ ସନ୍ଧ୍ୟା
ଆଜିର ସନ୍ଧ୍ୟା
ଏତେ ନିଆରା
ବର୍ଣ୍ଣିବା ଅସମ୍ଭବ
ଆଡପ ଦର୍ଶନ
ମହାପ୍ରଭୁଙ୍କ ନବଯୌବନ
କାହିଁ ଆଉ ଏମିତି ଦିନ
ସନ୍ଧ୍ୟା ଆସିବ ଆକାଶେ
ଜହ୍ନ ଉଇଁବ ତାରା ଫୁଟିବ
ହେଲେ ବର୍ଷକେ ଏ ଦିନ
ନଥିବ ଏମିତି ଲୋକାରଣ୍ୟ
ଆଡପେ ଦର୍ଶନ
ଭାଗ୍ୟର ନିଵେଦନ
ମୋକ୍ଷ ପ୍ରାପ୍ତି ଗତି ମୁକ୍ତି
କାହିଁ ଏପରି ସନ୍ଧ୍ୟା
କରିବା ବିଭୁ ଦରଶନ
ନହେଉ ଚିରଯୌବନା
ବରଂ ଶୁଶୋଭନ
ଏ ଦିବ୍ୟ ଦର୍ଶନ
କାନ୍ତି ସ୍ପୁର୍ତ୍ତି ଭକ୍ତିର ସମ୍ମୋହନ
ସର୍ବେ ଭବନ୍ତୁ ସୁଖିନଃ