STORYMIRROR

Sunanda Mohanty

Action Inspirational Children

4  

Sunanda Mohanty

Action Inspirational Children

ବିଜ୍ଞାନୀ 

ବିଜ୍ଞାନୀ 

1 min
0


ବିଜ୍ଞାନ ଯୁଗରେ ସବୁ ମିଛ 
ସତ୍ୟ ସନାତନୀ ଏକା ଗଛ 
ଵିଜ୍ଞାପନ ନଦେଇ ବୃକ୍ଷ 
ବିଜ୍ଞାନର ଉପକାର କରେ 
ବିଶେଷ ଜ୍ଞାନ ଗାରିମାରେ 
ଗଛ ଲଗେଇ ପରିବେଶ ସ୍ୱଚ୍ଛ 
ସଂରକ୍ଷଣ କରିବାରେ 
ମାଟି ଜଳ ବାୟୁ ତଥା ଛାଇ 
ଫଳ ଫୁଲ ଭାରେ ଡ଼ାଳ ନୋଇଁ 
ଏମିତି କିଏ ଅଛି ମିତ କାହିଁ 
ଜଙ୍ଗଲ ଓ ପଶୁ ସମ୍ପଦ 
ରକ୍ଷାକାରୀ ବିପଦ ଆପଦ 
ପୁଣି ନରଖି ଭାବ ଭେଦ 
ସ୍ୱଚ୍ଛ ଅଭେଦଟିଏ ଗଛ 
ସଅଳ ଉଠ ନକର ମଠ 
ଗଛ ବଞ୍ଚିଲେ ମଣିଷ ବଞ୍ଚିବ 
ଲଗାଇନେବା କିଛି ଗଛ 
ମାଛି କୁ ମ କହୁନଥିବା ଗଛ 
ଦାନ ପୁଣ୍ୟ କରେ ନାହିଁ ତାର ମିଛ 
ଅରମା ସଫା କରିବା ନାମରେ 
କାଟିବାନି ମୂଲ୍ୟବାନ ଗଛ 
ଜୀବନ୍ତ ଯୌଗିକ ଗଛ 
ଯୋଗାଇ ଚାଲିଛି ମାଟି 
ମୁଠେ ମାଟି ବିନା ମଣିଷ 
ଖାଇପାରିବ ମାଛ
 ନା କହିବ ସତ ମିଛ 
ଜଳ ସ୍ଥଳ ଆକାଶ ପରିବେଶ 
ଅତୀବ ନିର୍ମଳ ଓ ସ୍ୱଚ୍ଛ
କେବଳ ଭରସା ଏକମାତ୍ର ଗଛ
ଗଛ ବିନା ମଣିଷର କାହିଁ ଉତ୍ସ!
ପୁଷ କି ଆଷାଢ ମନାଇବ ମଉଛ 
ଗଛ ବଞ୍ଚି ବଞ୍ଚାଇବାର ଓଷ 
ଆସ ଆସ ଗଛ ବଞ୍ଚିଲେ ମଣିଷ ବଞ୍ଚିବ 
ଲଗାଇବା ଗଛ ଖାଲି ଗଛ 
ସିଏ ଦାନୀ ଘୋର ଅଭିମାନୀ ପୁଣି ବିଜ୍ଞାନୀ 
ପରିବେଶ ରଖିବାକୁ ସ୍ୱଚ୍ଛ 
ଗଛ ମିତ ବନ୍ଧୁ ସଖା ସହୋଦର
ଜମା ନୁହେଁ ମିଛ 
,,,,,,,,,,,


Rate this content
Log in

Similar oriya poem from Action