ହେ ରାଧା ତୁମ ବିନା କାହ୍ନୁ ଅଧା
କହୁଥିଲ ମିଛ ପଡ଼ିଗଲା ଧରା
ନଚେତ ରଧାକୁ ଛାଡି ଯିବାକୁ ସିଧା
ଚାଲିଛି ଏ ଯେଉଁ ମସୁଧା
କେମିତି ସହିବ ବସୁଧା
କହି ରାଧାରାଣୀ ହେଲେ ବିରହିଣୀ
କାନ୍ଧୁଛି ଯମୁନା କାନ୍ଦେ ଗୋପପୁରୀ
କାନ୍ଦେ କୁଞ୍ଜବନ କାନ୍ଦନ୍ତି ଯଶୋଦା
ହେ କାହ୍ନା କେଣେ ଗଲା ତୁମ ପ୍ରତିଶ୍ରୁତି
ଛାଡି ଯିବ ନାହିଁ କରିଥିଲ ପ୍ରତିଜ୍ଞା
ହେ ରାଧା ମୋ ମୁଁହଁକୁ ଚାଁହଁ ସିଧା
ରାଧା ହୋଇ ପ୍ରକୃସ୍ଥିତ ଦେଲେ ଚାହିଁ
ଦେଖିଲେ ନିଜ ପ୍ରତିବିମ୍ବ ନିଜ ଛାଇ
ବୁଝିଗଲେ ଦୁଇ ଶରୀର ଭିର୍ନ୍ନ
ଗୋଟେ ରୂପ ଅଧା ଅଧା
ଅଧା କାହ୍ନୁ ଅଧା ରାଧା
ଦୁନିଆଁ ମିଛରେ କଳଙ୍କ କାଳିମା ଲଗାଏ
ସତକଥା କେହି ଜାଣେ ନାହିଁ ଆଜି ଯାଏଁ
ଜଣେ କାହ୍ନୁ ଜଣେ ରାଧା ଅଧା ଅଧା
ସବୁ କରି କରାଉ ଥାଏ ହରି
ମନକଥା ମନେ ରଖି ଶ୍ରୀହରୀ
ବଇଁଶୀ ଵାଲା ହୋଇ ଡାକାନ୍ତି ରାଇ ରାଇ
ସେପାଇଁ ଏଇ ଅସୁବିଧା
ଦୁହେଁ ଏକାତ୍ମ ବୁଝିବାକୁ ହେବ ସିଧା
ଜଣେ ଅଧା ରାଧା ଆଉ ଜଣେ କାହ୍ନା ଅଧା