ଏ ମନ
ଏ ମନ
ଯେତେ ବୁଝେଇଲେ ଜମାରୁ ବୁଝେନି
କେମିତି ବୁଝେଇବି ତାକୁ ।
ଭଲପାଇ ଆଜି ଭୁଲି ଗଲା ମତେ
ଛାଡି ଦେଲା ଏକା କରି ।
ଭୁଲି ଗଲା ତାର ସବୁ ପ୍ରତିଶ୍ରୁତି
ଦେଇ ଥିବା ସବୁ କଥା ।
ପାଗଳ କରିକି ହାତ ଛାଡିଦେଲା
ସବୁ କରିଦେଲା ବୃଥା ।
କହୁଥିଲା ଦିନେ ତୁମେ ମୋ ଜୀବନ
ତୁମେ ମୋ ମନର ରାଜା ।
ଅନ୍ୟ କାହା ହାତ ଧରି ଗଲା ଆଜି
ଭୁଲି ଗଲା ସବୁ କଥା ।।