STORYMIRROR

KUBER RANA

Inspirational Others

3  

KUBER RANA

Inspirational Others

ଜୀବନ

ଜୀବନ

1 min
825

ମାଟିର ମଣିଷ ମାଟିରେ ମିଶିବି

କାହିଁ ପାଇଁ ଲୋଭ କରିବି

କିଛି ତ ସାଥିରେ ନେବିନି ମୁହିଁ

କାହିଁ ପାଇଁ ମୁଁ ଲଢ଼ିବି

ଦୁଇ ଦିନ ଏହି ଜୀବନ ଭିତରେ

ହସ ଖୁସିରେ ବଞ୍ଚିବି

କିଛି ତ ଯିବନି ସାଥେ ମୋର

କେଉଁଥି ପାଇଁ ସଞ୍ଚିବି

ଯେତେ ଦିନ ଥିବି ଏ ସଂସାର ଭିତରେ

ଭଲ କାମ କିଛି କରିଯିବି

ସେ ହିଁ ଏକା ମୋର ଜୀବନ ନାଉରୀ

ତା ସାଥେ ଏକା ମୁ ଯିବି

କାହିଁପାଇଁ ଏଇ ଶରୀର କୁ ନେଇ

ଏତେ ଗର୍ବ କରିବି

ନିଆଁରେ ପୋଡିଲେ ପାଉଁଶ ହୋଇବ

କାହିଁପାଇଁ ସଜ ହୋଇବି

କେହି ହେବେ ନାହିଁ ଚିର ସହଚର

ମଶାଣି ଯାଏଁ କାନ୍ଦିବେ

ଦଶ ଦିନ ଗଲେ ସବୁ ଭୁଲିଯିବେ

ନୂଆ ସାଙ୍ଗ ସାଥି ଖୋଜିବେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational