STORYMIRROR

Rashmita Mohanta

Abstract Romance

3  

Rashmita Mohanta

Abstract Romance

ପରିପକ୍ଵ ପ୍ରେମ

ପରିପକ୍ଵ ପ୍ରେମ

1 min
244

 Please, କହିବନି ଏବେ ତୁମେ ସେହି ପୁରୁଣା କଥା 

ଯାହା ମୁଁ ଶୁଣିବାକୁ ଚାହେଁ, କିନ୍ତୁ ନ ଶୁଣିବା କଥା 

ନହେଲେ ପୁଣି ଅଡୁଆ ହେବ ଆମ ସମ୍ପର୍କର ସୂତା 

ଦି ଜଣ ଦି ମୁଣ୍ଡରୁ ସଜାଡି ନେଲେ ବି 

ମଝିରେ ଭାରି ପଡିବ ଭାଗ୍ୟର ସତ୍ତା 


ତୁଚ୍ଛା ଯାହା ଭାବନାର ତାଡ଼ନାରେ ଆଖି ଝରିବ 

ନା' ପରିବାର ନା' ସମାଜର ମନ ତରଳିବ 

ନା' ଆମ ପରିପକ୍ଵ ପ୍ରେମ ସେ ସୀମା ଡେଇଁ ପାରିବ 


ଭଲ ଯେ, ନା' ତୁମେ କହିବ, ନା' ମୁଁ ଶୁଣିବି, 

ନା' ସମ୍ପର୍କର ଉତ୍ତର ଦାୟିତ୍ୱ ରହିବ 

ଖାଲି ଯାହା କିଛି ଭାବ ପ୍ରବଣତା ଅଛି 

ବାସ୍ ସେତିକି ରହିବ 

ବାଟରେ ଘାଟରେ ବେଳେ ଅଧେ ଦେଖାହେଲେ 

"ଆଉ, ସବୁ ଭଲ କହି |?!" କହି ବାଟ କାଟି ହେବ

ହଁ | ଦୀପାବଳୀ ଓ ନୂଆ ବର୍ଷରେ good wishes ଏକ୍ସଚେଞ୍ଜ କରିବା 

ପ୍ରଦର୍ଶନୀ ପଡିଆ ରେ ଦେଖା ହେଲେ family କୁ introduce କରିବା 

ବେମତଲବ କଥାରେ ଶୁଖିଲା ହସିବା 

ଆଉ ଅନାଗ୍ରହରେ ଆଗ୍ରହର ବନ୍ଧୁତା ପରଷିବା .....

  

ବୁଝିବନି ଭୂଲ ମୋତେ ଥରେ ଅଧେ ଅଣଦେଖା କଲେ 

ତୁମେ ବି ଚାଲି ଯିବ ଅଚିହ୍ନା ଭଳି ମୋତେ ଦେଖିଲେ 

Please, କହିବନି ଏବେ ତୁମେ ସେହି ପୁରୁଣା କଥା 

ଯାହା ମୁଁ ଶୁଣିବାକୁ ଚାହେଁ, କିନ୍ତୁ ନ ଶୁଣିବା କଥା 

ନହେଲେ ପୁଣି ଅଡୁଆ ହେବ ଆମ ସମ୍ପର୍କର ସୂତା ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract