STORYMIRROR

Rashmita Mohanta

Abstract Tragedy Others

3  

Rashmita Mohanta

Abstract Tragedy Others

ଅନଭିଜ୍ଞ

ଅନଭିଜ୍ଞ

1 min
184

ଜୀବନଟା ତ ସଂଘର୍ଷ ହିଁ ଥିଲା 

ମୁଁ ଯାହା ପିଲା ଖେଳ ଭାବୁଥିଲି 

ନିଜ ବେଗରେ ଦୌଡ଼ ସାରି 

result ପାଇଁ P.E.T ସାରଙ୍କୁ ଚାହିଁଲା ଭଳି 

ଭଗବାନଙ୍କୁ ଚାହୁଁଥିଲି

ପ୍ରଧାନ ଘର ପୁଅ ଓ ସାହୁ ଘର ଝିଅ ସହ 

ସାର କଅଁଳେଇ କଥା ହେଲେ ବି 

ଦୌଡ଼ର ବିଜେତା ଯୋଗ୍ୟତାରୁ ଘୋଷଣା ହେଉଥିଲା 

ମନ୍ଦିରରେ ମୋ ଥାଳରେ କମ ଭୋଗ

ଥାଇ ବି ଉଚିତ କର୍ମଫଳର ଆଶା ମୋର 

ସ୍ୱାଭାବିକ ଥିଲା 

ମୁଁ ଈଶ୍ୱରଙ୍କ ନ୍ୟାୟ ଖୋଜୁଥିଲି....


ହେଲେ, ଜୀବନଟା ତ ସଂଘର୍ଷ ହିଁ ଥିଲା 

ମୁଁ ଯାହା ପିଲା ଖେଳ ଭାବୁଥିଲି 

ଆଉ ସଂଘର୍ଷ ତ ଖାଲି ଚିନ୍ତା ଓ ଚେତନାରେ ହୁଏନା , 

ସୁପାରିଶ ଓ ଅନୁଗ୍ରହ ବି ଲୋଡ଼ା ହୁଏ ।

ମୁଁ ସଞ୍ଚିଥିଲି କିଛି ଆଉ କିଛି ଯୋଗାଡ଼ ବି ହେଲା 

ତଥାପି ମୋର ଜିତିବାର ନିଷ୍ଠା କମିଗଲା 

ଜିତିବା ଛାଡି ଧ୍ୟାନ ଦେଲି ଜିଁଇବାରେ 

ବହୁତ କିଛି ନ ମିଳିବାର ଦୁଃଖକୁ 

ଢ଼ୋକି ଦେଲି କିଛି ପାଇବାର ଆଶାରେ ...


ଭଗବାନ; ପରମ ପିତା ହେଲେ ବି 

ମୁଁ ତାଙ୍କ ପ୍ରିୟ 

କୁହ, ସେ ବା କେମିତି ସହନ୍ତେ

ମୋ ମନରେ ସଂସାରର ମାୟା ଓ ସମ୍ପର୍କର ମୋହ 

ଆଉ ତା ପରେ କ'ଣ ?

ବାସ! ଅନେକ ଯନ୍ତ୍ରଣାରେ କଅଁଳୁଥିବା ଆଶାକୁ ଖୁଣ୍ଟି ନିଆଗଲା 

ମନରେ ଘର କରିଥିବା ମୋହ ମାୟା ସବୁ ତରଳି ବୋହି ସାରିଥିଲା 

ନିଜକୁ ତ ସାଉଁଣ୍ଟି ନେଲି ପୁରୁଣା ଅଭ୍ୟାସରୁ 

ହେଲେ, ଭାବୁଛି, 

ଆଉ କେତେ ବାକି ଅଛି ଯାହା ଥିଲି ପୂର୍ବରୁ ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract