ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ତୁମେ ଇନ୍ଦ୍ରଧନୁ ଦେଖିଛ?
ଭାରି ସୁନ୍ଦର ଦିଶେନା
ଠିକ୍, ତୁମେ ଦେଖେଇଥିବା ସ୍ବପ୍ନ ଭଳି ;
ସୁନ୍ଦର ଅଥଚ ଅବାସ୍ତବ
ଗୋଟେ ବିଜ୍ଞାନ ସମ୍ମତ ପ୍ରକିୟା ମାତ୍ର ।
ହଁ, ମୁଁ ଟିକେ ଭାବପ୍ରବଣ
ତଥାପି ବୁଝିବାକୁ ଚାହାନ୍ତି ତୁମ ପରିସ୍ଥିତି
ଓ ଆମ ସଂପର୍କର ଅବସ୍ଥିତି ।
ବାସ୍, ଥରେ ତୁମେ ସତ କହିଥିଲେ
କ୍ଷଣିକ ତୃପ୍ତି ପାଇଁ ପ୍ରତିକ୍ଷଣ
ଅନିଶ୍ଚିତ ହୁଅନ୍ତାନି
ଇନ୍ଦ୍ରଧନୁ ଦିଶିବାର ପୂର୍ବ ପର ସ୍ଥିତି ପରି
କୋହ ଉଠନ୍ତାନି କି ଲୁହ ଝରନ୍ତାନି ।
