STORYMIRROR

Manaswini Dash

Tragedy

3  

Manaswini Dash

Tragedy

ପରିବର୍ତ୍ତନ

ପରିବର୍ତ୍ତନ

1 min
349

ଅନେକ ବିଷାଦ ଜର୍ଜରିତ ଅପରାହ୍ନ ପରେ 

ଆଜି ବାତାୟନ ପାର୍ଶ୍ୱରେ ଆକାଶକୁ ଚାହିଁ ବିଶ୍ଳେଷଣ କରେ 

ଅମାପ ବେଦନାର ସାଗରକୁ ପାର ହେଲାପରେ 

କେମିତି ବଂଚିଛି ବାରମ୍ବାର ପ୍ରଶ୍ନ କରେ 

ଆଖି ବି ଆଶ୍ଚର୍ଯ୍ୟ ହୁଏ ଏତେ ଲୋତକର ସମୁଦ୍ରକୁ ଦେଖିଲା ପରେ 

ସବୁ ଆଘାତ, ବିଶ୍ୱାସଘାତକତା ପରେ 

ଆଜି ପୁଣି ନିଷ୍ପତି ନେଇଛି ସଳଖି ଚାଲିବାକୁ 

ମୋ ଭିତରେ ଖୋଜୁଛି ପରିବର୍ତ୍ତନର କିରଣ 

କାଳେ ସବୁକିଛି ଭୁଲି ପୁଣି ଆରମ୍ଭ କରିପାରିବି ଏକ ନୂତନ ଜୀବନ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy