STORYMIRROR

Manaswini Dash

Tragedy

3  

Manaswini Dash

Tragedy

ମୋ ଦୁନିଆ

ମୋ ଦୁନିଆ

1 min
324

ମୋ ଦୁନିଆଟା ସତରେ

ଖୁବ ଛୋଟ ଆଉ ସରଳ 

ନା ସେଠି ଅଛି ହରେଇବାର ଦୁଃଖ

ନା ଜିତିବାର ଖୁସି 

ସମୟର ବେତାଳ ଛନ୍ଦରେ ଆଜି

ସବୁ କିଛି ବେତାଳିଆ 

ସମସ୍ତେ ଅଚିହ୍ନ, ସମସ୍ତେ ପଳାତକ,

ସମସ୍ତେ ଆଜି ସ୍ୱାର୍ଥପର 

ଆଘାତ ପାଇ ପାଇ ଯେମିତି

ବିଶ୍ୱାସ ଟା ବି ମୋ ପାଇଁ ଅଚିନ୍ହା 

ଆଜି ସବୁ ହରେଇବା ଭିତରେ ଯଦି

କିଛି ନିଜର ଥାଏ ସେଇଟା ମୋର ଲୁହ 

ସବୁ ପ୍ରବଞ୍ଚନା ଭିତରେ ଯେମିତି

ବିଶ୍ୱସ୍ତ ବନ୍ଧୁଟିଏ ପରି ମୋ ହାତକୁ ଜାବୁଡି ଧରିଛି 

ସବୁ ମୁହୂର୍ତ୍ତରେ, ସବୁ ସମୟରେ 

ମୋ ଦୁନିଆ ଆଜି ଜଟିଳତା ଠାରୁ

ଦୁରେଇ ଯାଇ ପାଲଟିଛି ଯାଇଛି

ଖୁବ ସରଳ ଆଉ ନିରୀହ 

କେବଳ ଅପେକ୍ଷା କରିଛି

ମୁଁ ମୋ ଦୁନିଆ ସହ କେବେ ପାଲଟିଯିବି

ଏକ ଅଜଣା ମଣିଷ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy