STORYMIRROR

Manaswini Dash

Inspirational

2  

Manaswini Dash

Inspirational

ଶ୍ରବଣକୁମାର

ଶ୍ରବଣକୁମାର

1 min
48

ଶ୍ରବଣକୁମାର ଏକ ଶବ୍ଦ ନୁହେଁ ଏକ କିମ୍ବଦନ୍ତୀ 

ଯେଉଁ ଶବ୍ଦ ଏହି ମୋହଗ୍ରସ୍ତ ସଂସାରକୁ ଏକ ଦିଗଦର୍ଶନ ଦେଇପାରେ 

ଯେଉଁ ଶବ୍ଦ ଏହି କ୍ରୂର ତଥା ନିଷ୍ଠୁର ମଣିଷର ଆତ୍ମାକୁ ସୁଧାରିପାରେ 

ଯେଉଁ ଶବ୍ଦ ଏକ ଶୃଙ୍ଖଳିତ ସମାଜକୁ ଗଢିବାରେ ପ୍ରେରଣା ଦେଇପାରେ 

ସଂକ୍ଷିପ୍ତ ଶବ୍ଦ ମଧ୍ୟରେ ବିଶାଳ ଅର୍ଥକୁ ପୁଞ୍ଜିଭୂତ କରି ରଖିପାରିଥିବା ଏକ ମହାନ ଶବ୍ଦ 

ସବୁ ମାତା ପିତାଙ୍କ ଅନ୍ତରରେ ନିହିତ ଏକ ଆକାଂକ୍ଷା 

ଶ୍ରବଣକୁମାରଙ୍କର ସ୍ନେହ ପାଇବାର 

ମାତ୍ର ସେଇ କୋମଳ ଆଶାଟି ଆଜି ଅତ୍ୟାଚାରିତ  

ବିଶ୍ୱାସଘାତକତାର ଅନ୍ତରାଳେ ନିଷ୍ପେସିତ 

ଆଖିରେ ଦେଖିବାର ଶକ୍ତିଥାଇ ବି ପିତା ମାତା ଆଜି ଅନ୍ଧ 

ଶୋକସନ୍ତାପିତ ପ୍ରାଣ ତାଙ୍କର ମର୍ମାହତ 

ଆଜି ସେମାନେ ତୀର୍ଥ ଭ୍ରମଣର ସ୍ୱପ୍ନ ଦେଖୁନାହାନ୍ତି 

ବରଂ ଜରାନିବାସର ମାର୍ମିକ ଭାବନାକୁ ଅନୁଭବ କରିବାର ଭାଗ୍ୟକୁ କୋଳାଗ୍ରତ କରୁଛନ୍ତି 

ଆଜି ପ୍ରତେକ ଜନ୍ମଦାତ୍ରୀ ନିଃସ୍ୱ 

ତଥାପି ଏ ପବିତ୍ର ଶବ୍ଦ ଜୀବିତ ଅନେକ ପୁତ୍ରଙ୍କ ପ୍ରାଣରେ 

ଯେଉଁମାନଙ୍କ ପାଇଁ ବାପା ମାଆଙ୍କର ସେବା ହିଁ ଏକ ବ୍ରତ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational