STORYMIRROR

Manaswini Dash

Inspirational

3  

Manaswini Dash

Inspirational

ପୁନର୍ଗଠନ

ପୁନର୍ଗଠନ

1 min
126

ଭାବିଥିଲି ବିତେଇଦେବି ଜୀବନଟାକୁ ଏମିତି ଭାଙ୍ଗିଯାଇ 

କିନ୍ତୁ ପାରୁନି ସ୍ୱାଭିମାନୀ ହୃଦୟ ମୋର ମାନୁନି 

ଅନେକ ଚେଷ୍ଟା କରିଛି ହେଲେ ଗ୍ରହଣ କରିପାରିଲିନି 

ପୁଣି ଆରମ୍ଭ କଲି ନିଜକୁ ଗଢିବାର ଅଭିଯାନ 

ପୁଣି ଭଗ୍ନ ସ୍ତୁପ ମୋର ଲେପି ହେଲା ନବୀକରଣର ସ୍ପର୍ଶ 

ପ୍ରତ୍ୟେକ ଦିନ ଯେମିତି ଏକ ନୂତନ ସୂର୍ଯ୍ୟ ଉଦୟ 

ନିଜକୁ ଗଢିବାର ଏକ ନୂତନ ସୁଯୋଗ 

ସଫଳ ହୁଏତ ହୋଇନପାରେ 

ପରିଚୟ ହୁଏତ ସୃଷ୍ଟି କରିନପାରେ 

କିନ୍ତୁ ନିଜକୁ ଗଢିବି ସତ ନିଜକୁ ଉନ୍ମୋଚନ କରିବି ସତ 

ନିଜକୁ କରିଦେବି ପୁନର୍ଗଠନ ପଥର ଏକ ସଫଳ ଯାତ୍ରୀ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational