STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଶୁଣିଥିଲି

ଶୁଣିଥିଲି

1 min
1.1K

ଶୁଣିଥିଲି ପ୍ରୟାସରେ ସିଦ୍ଧି 

ଅକ୍ଲାନ୍ତ ଉଦ୍ୟମ ବି ଦେଇପାରେ ପ୍ରତିଷ୍ଠା 

ଆକଣ୍ଠ ବିଶ୍ୱାସ ହିଁ ବିନା ଦ୍ଵିଧାରେ ତୋଳିପାରେ ସଫଳତାର ପ୍ରାସାଦ 

କିଛିବି ଅସାଧ୍ୟ ନୁହଁ କିଛିବି ଦୁର୍ଲ୍ଲଭ ନୁହଁ 

ମୁଁ ବି ଚଢ଼ିପାରେ ଉଚ୍ଚ ମହୀଧର ମୁଁ ବି ଅତିକ୍ରମ କରିପାରେ ସିନ୍ଧୁ 

ହେଲେ ମୋ ଭିତରର ଦୁର୍ବଳତା କାହିଁକି ଜାଗ୍ରତ ହେଉନି 

କାହଁକି ମାନି ନେଉନି ନିଜ ତ୍ରୁଟିକୁ 

ଏଇଟା ଅହଂକାର ନା ଆଗକୁ ନବଢ଼ିବାର ପ୍ରଚ୍ଛନ୍ନ ଅଭିଳାଷ 

ସବୁ ଶୁଣିବା ଯେମିତି ବ୍ୟର୍ଥ ଆଜି  

ହାର ମାନିଛି ମୋ ମୂଲ୍ୟହୀନ ସ୍ୱାଭିମାନ ଆଗରେ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy