STORYMIRROR

Manaswini Dash

Others

3  

Manaswini Dash

Others

ଯଦି ହସି ପାରୁନଥାନ୍ତି

ଯଦି ହସି ପାରୁନଥାନ୍ତି

1 min
155

ଜୀବନ ଆକାଶରେ ଆଜି ଅସ୍ତମିତ ସୂର୍ଯ୍ୟ 

ସବୁଆଡେ ଖେଳିଯିବ ତମସାର ବ୍ୟାପକ ଛାୟା 

ଆଉ ନୟନରୁ ଝରିଯିବ ଦୁଇଟୋପା ତତଲା ଲୁହ ବୁନ୍ଦା 

ହୃଦୟ ଭିତରେ ପୁଣି ଚିତ୍କାର କରିବ ସେ ନିର୍ଜନତାର ରାକ୍ଷସ 

କିନ୍ତୁ ମୁଁ ପୁଣି ଅଭିନୟ କରିବି ଏକ ନିର୍ବିକାର ମଣିଷ ପରି 

ଯେମିତି ମୁଁ ଅମାପ ଖୁସିକୁ ହଜମ କରୁଥିବା ଏକ ଆନନ୍ଦମୟ ଜୀବନ 

ପୁଣି ହସି ହସି ଛଳନା କରିବି ଯେ ମୁଁ ଅସୀମ ବିଳାସ କୁ ଜାବୁଡ଼ିଧରିଥିବା ଏକ ଭାଗ୍ୟବାନ ମଣିଷ 

ସବୁକିଛିତ କେବଳ ଏକ ନାଟକ

ମୁଁ ଯଦି ନହସେ ସମାଜ ମୋ ଜଳୁଥିବା ଘା ରେ ଆହୁରି ଲୁଣ ଛିଞ୍ଚିବ 

ବାରମ୍ବାର ପ୍ରଶ୍ନରେ ମତେ ବ୍ୟଥିତ କରିବ 

ଆଉ ଛଡାଇନେବ ଶାନ୍ତିରେ ବଞ୍ଚିବାର ସବୁ ଅଧିକାର 

ସେଥିପାଇଁ ମୁଁ ମୋର ଅବଶ ମନକୁ ବାରମ୍ବାର ପଚାରେ 

ଯଦି ମୁଁ ହସି ପାରୁନଥାନ୍ତି 

ସନଜ କଣ ଦେଇଥାନ୍ତା ଖୁସିରେ ବଞ୍ଚିବାର ଅଧିକାର ll



Rate this content
Log in