STORYMIRROR

Manaswini Dash

Inspirational

3  

Manaswini Dash

Inspirational

କଳ୍ପନାର ଅନ୍ତରାଳେ

କଳ୍ପନାର ଅନ୍ତରାଳେ

1 min
197

ମା ! ତୁମ ଅଭୟ ପଣତର ଅକୂପାର

ଆଉ ଦୟାର ଅଂଶୁମାଳି 

ତୁମ ହୃଦୟ ସ୍ପନ୍ଦନକୁ ଦ୍ରୁତତର

କଲାଭଳି ମନୋହର ଦୃଶ୍ୟ 

ଯେମିତି ମନରେ ଉଦ୍ରେକ 

ଅନେକ ଅସମ୍ଭବ କଳ୍ପନାର କଲ୍ଲୋଳ 

ମୁଁ ଅକିଞ୍ଚନ ତୁମ ଅକ୍ଷୁର୍ଣ ଦର୍ଶନ ପାଇବାକୁ ସଦା ବ୍ୟାକୁଳ 

ସବୁବେଳେ ଚାହିଁ ବସିଥାଏ ସେହି କାଶତଣ୍ଡୀ ଫୁଲରେ ଭରା କିଆରୀ 

କାଳେ ସିଏ ଦେଇଯିବ ଆବେଗଭରା ସମ୍ବାଦ 

ମନରେ ଉଙ୍କି ମାରିବ ଅଭୂତପୂର୍ବ ବର୍ଣ୍ଣର ଇନ୍ଦ୍ରଧନୁ 

ବାରମ୍ବାର ଅନ୍ୱେଷଣ କରିବା ସତ୍ତ୍ୱେ ବି ଅକ୍ରୁତାର୍ଥ ମୁଁ 

ବାଧ୍ୟ ହେଲିଣି ଭାବିବାକୁ ମୁଁ ଯେମିତି ଅଗନ୍ତବ୍ୟ ସ୍ୱପ୍ନକୁ ଜାବୁଡି ଧରି ଚିତ୍କାର କରୁଛି 

ଯିଏକି ବାସ୍ତବତାର ସ୍ପର୍ଶ ପାଇବାକୁ ଅକ୍ଷମ 

ମା ! ତୁମେ ଆସ ଏବଂ ତୁମ ଆଗମନ ଭରିଦିଏ ନଭସ୍ପର୍ଶି ଉନ୍ମାଦନା 

ତୁମ ତେଜସ୍ୱିନୀ ପ୍ରତିମା ଆଖିରୁ ଅଜାଣତରେ ଟାଣିଆଣେ ଅମାପ ଅଶ୍ରୁ 

ହୃଦୟ ଅନ୍ତରାଳରେ ସେ ଏକାକୀ ଦ୍ୱୀପର ଯନ୍ତ୍ରଣା ଯେମିତି ତୁହା କୁ ତୁହା ଆସି ବ୍ୟଥିତ କରେ 

ଭୂଧର ପରି ଅବିଚଳିତ ରୁହେ ସତ 

କିନ୍ତୁ ଅଭିମାନର ଶକ୍ତ ପ୍ରହାର ମତେ ବାଧ୍ୟ କରେ ତୁମ ଉପରେ ବର୍ଷିଦେବାକୁ ସମସ୍ତ କ୍ରୋଧର ବାଦଲ 

ସେଇ ସୁନ୍ଦର ପ୍ରକୃତି ଆଜି ଶୀତଳ ସମୀରକୁ ଜାବୁଡି ଧରିଛି 

ଖେତ ହସି ଉଠୁଛି କାଶତଣ୍ଡୀ ଫୁଲର ଚାରୁ ପରିପ୍ରକାଶକୁ ନେଇ 

ସର୍ବତ୍ର ତୁମକୁ ନେଇ ଉନ୍ମାଦନା, ବ୍ୟାକୁଳତା 

କିନ୍ତୁ, ମୁଁ ଆଜି ସର୍ବହରା, ବେସାହାରା, ସବୁ ଆଶାର ଆଉଟା ସ୍ୱପ୍ନକୁ ଭୁଲି ଯାଇଥିବା ବୀତସ୍ପୃହ ଆତ୍ମା 

ହେ ମା !

ତୁମ ଆଗେ ଵିନତୀର ଶେଷ ନିବେଦନ 

ଫେରାଇ ଆଣ ମୋର ପୂର୍ବ ବିଶ୍ୱାସକୁ 

ଆଉ ବିଲୀନ କରିଦିଅ ଯନ୍ତ୍ରଣାର ତମସ୍ବିନୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational