STORYMIRROR

Manaswini Dash

Inspirational

3  

Manaswini Dash

Inspirational

ଆଜି ଏବେ

ଆଜି ଏବେ

1 min
213

ଗତକାଲି ଅଟେ ଇତିହାସ ପୃଷ୍ଠାରେ ଯୋଡ଼ା ଏକ ଫର୍ଦ 

ହେଇପାରେ ତିକ୍ତ ଅବା ମଧୁର ମୁହୁର୍ତ୍ତର ସମାହାର 

ତିକ୍ତ ଯଦି ଭୁଲିଯାଇ ତାକୁ କବର ଦେବାରେ ଶାନ୍ତି 

ସବୁକିଛି ଭୁଲି ଆଗକୁ ବଢିବା ସମୟର ଶ୍ରେଷ୍ଠ ନୀତି 

ମଧୁର ଯଦି ଥିଲା ବିଗତ ମୁହୂର୍ତ୍ତ 

ମନେ ପକାଇ ଆନନ୍ଦ ନେବାରେ ଖୁସି 

ସେଇଠି ନଅଟକି ଆଗକୁ ବଢିବାରେ ପ୍ରଗତି 

ଆଜି ହିଁ ହେଉଛି ଶ୍ରେଷ୍ଠ ସମୟ ଆଜିକୁ ନେଇ ବଞ୍ଚିବା 

ଆଜିର କାମ ଏବେ କରିଦେଲେ ଜୀବନରେ ଶ୍ରେଷ୍ଠ ହେବା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational