Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Inspirational

4  

Prasanjit Sahoo

Inspirational

ରଖିବି ଜନନୀ ମାନ

ରଖିବି ଜନନୀ ମାନ

1 min
445


ଭାରତ ବାସୀ ମୁଁ ଭାରି ସାହାସୀ

ଧନ୍ୟ ମୋ ଜନମ ଭୂଇଁ

ତାହାରି କୋଳରେ ଜନମ ନେଇଛି

ତା ସେବା କରିବି ମୁହିଁ । 

ମୋ ପୂର୍ବ ପୁରୁଷ ଗୌରବ ମୋହର

ଦେଇଥିଲେ ପ୍ରାଣ ଦାନ

ତାଙ୍କରି ରକତୁ ଜନମ ଲଭିଛି

ରଖିବି ଜନନୀ ମାନ । 

ସ୍ୱର୍ଣ୍ଣପ୍ରସୂ ଏହି ଭାରତ ଭୂଇଁରେ

ଜନମିଲେ କେତେ ବୀର

ମାଆର ସମ୍ମାନ ଉଚ୍ଚ କରିବାକୁ

ତୋଳିଲେ ସଂଗ୍ରାମ ସ୍ୱର । 

ପରାଧୀନତାର ଅନ୍ଧାର ଦୂରେଇ

ଶାନ୍ତିର ବାରତା ଦେଇ

ସହିଦ୍ ହୋଇଲେ କେତେ ମହାବୀର

ଆମରି ଜନନୀ ପାଇଁ । 

ବୀର ସହିଦଙ୍କୁ ପ୍ରାଣାମ ମୋହର

ଅନ୍ତରରୁ ଶ୍ରଦ୍ଧାଞ୍ଜଳି

ତୁମକୁ ଜଗତ ମନେ ରଖିଥିବ

ନ ପାରିବ କେବେ ଭୁଲି । 


Rate this content
Log in

Similar oriya poem from Inspirational