STORYMIRROR

Prasanjit Sahoo

Inspirational

2  

Prasanjit Sahoo

Inspirational

ଗାଆଁ ମୋ ବଦଳି ଯାଉଛି

ଗାଆଁ ମୋ ବଦଳି ଯାଉଛି

1 min
13.3K




ଗାଆଁରେ ଲାଗୁନି ଗାଆଁର ଆନନ୍ଦ 

ସହର ସହର ଲାଗୁଛି 

ଗାଆଁ ଧିରେ ଧିରେ ବଦଳି ଯାଉଛି 

ପ୍ରକୃତି ସୁଷମା ହଜିଛି ।।


ଗାଆଁରେ ଦିଶୁନି ତୋଟାମାଳ ଟିଏ 

ଖାଁ ଖାଁ ସବୁ ଲାଗୁଛି 

ବଣ ସଫା ହୋଇ କଂକ୍ରିଟ ହେଉଛି 

ପଶୁପକ୍ଷୀ କୂଳ ମରୁଛି ।।


ବସନ୍ତେ ଶୁଭୁନି କୋଇଲି କୁହୁଟେ

ପ୍ରକୃତିର ଶୋଭା କମୁଛି 

ଆମ୍ବ ଗଛ ଡାଳେ ବଉଳ ବାସୁନି 

ପ୍ରଦୂଷଣ ସୁଅ ଛୁଟିଛି ।।


ବତୀଟେ ଲାଗୁନି ଚଉରା ମୂଳରେ 

କ୍ଷେତଟା ପଡିଆ ପଡିଛି 

ମୋ ଗାଆଁ ଆଉ ଗାଆଁ ହେଇ ନାହିଁ 

ଆଧୁନିକତାରେ ହଜିଛି ।।


 *ପ୍ରସନଜିତ ସାହୁ, ନାଉଗାଁ ହାଟ, ଜଗତସିଂହପୁର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational