STORYMIRROR

Prasanjit Sahoo

Abstract

3  

Prasanjit Sahoo

Abstract

ଆସିଲାଣି ମଗୁଶୁର

ଆସିଲାଣି ମଗୁଶୁର

1 min
414

ଆସିଲାଣି ଦେଖ ମଗୁଶୁର ମାସ

ହସୁଛି ପାଚିଲା କ୍ଷେତ

ଜାବୁଡି ଧରିଛି କେତେଯେ ପରବ

ସଂସ୍କୃତି ଐତିହ୍ୟ ଯାତ


ଶୀତୁଆ ପରଶେ କାକର ବିନ୍ଦୁରେ 

କମନୀୟ ହୁଏ ଧରା

ପୋଢୁଆଁ ଅଷ୍ଟମୀ ଗୁରୁବାର ଓଷା 

ଭିନ୍ନ ଭିନ୍ନ ପରମ୍ପରା


ବାଲି ମାଟି ଆଉ ଗୋବର ମିଶ୍ରଣେ 

ଲିପାପୋଛା ହୁଏ ଖଳା

ଧାଡି ଧାଡି କରି ଚିତା ଆଙ୍କେ ବୋଉ 

ଲକ୍ଷ୍ମୀ ପାଦ ଚିହ୍ନ ପରା


ଗଉଣି ସାଥିରେ ନୂଆ ମେଣ୍ଟି ରଖି 

ଖଟୁଲି ସଜାଡେ ବୋଉ

ଛେନା ଗୁଡ ଆଉ ସାକର ମିଶାଇ

ମାଣ ଭୋଗ ଆମେ ଖାଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract