STORYMIRROR

Prasanjit Sahoo

Others

2  

Prasanjit Sahoo

Others

ବଇଶାଖୀ ପଣା

ବଇଶାଖୀ ପଣା

1 min
13.4K


ଉତ୍କଳୀୟ ଆମେ ପରବ ଆମର

ସବୁ ଜାତି ଠାରୁ ଭିନ୍ନ 

ବାରମାସେ ତେର ପରବ ଆମର

ସେଥିରେ ଆନନ୍ଦ ମନ ।।

ବୈଶାଖ ମାସରେ ପଣା ସଙ୍କରାନ୍ତି 

ବୋଉ ବାନ୍ଧେ ଜଳଘଡି 

ଥିରିଥିରି ପାଣି ଚଉରାରେ ପଡେ 

ବରଷା ସୂଚନା ଦେଇ ।।

ମାଆ ମନ୍ଦିରରେ ପାଟୁଆ ନାଚଇ 

ଘଣ୍ଟଘଣ୍ଟକୁ ମୁଣ୍ଡରେ ଥୋଇ

ବୁଢା ବରଗଛୁ ପତର ଝଡୁଛି 

ବଇଶାଖୀ ବାଆ ପାଇଁ ।।

ଚଇତ ସରିଲା ବୈଶାଖ ଆସିଛି 

ଖରାମାରେ ଝାଇଁ ଝାଇଁ 

କୁନା ଆଉ ମୁନା ଜଗି ବସିଲେଣି 

ବଇଶାଖୀ ପଣା ପାଇଁ ।।

ପ୍ରସନଜିତ ସାହୁ, ନାଉଗାଁ ହାଟ, ଜଗତସିଂହପୁର 


Rate this content
Log in