STORYMIRROR

Prasanjit Sahoo

Others

3  

Prasanjit Sahoo

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
13.6K


ବୈଶାଖରେ ଦେଖ କେତେ ଯେ ପରବ

କେତେ ପରମ୍ପରା ମିତ

କେବେ ପଣା ପୁଣି ଅକ୍ଷୟ ତୃତୀୟା

କେବେ ତ ଚନ୍ଦନ ଜାତ ।।


ଚଷା ପୁଅ ଆଜି ଅତି ସରାଗରେ

ପାଳୁଛି ଚାଷ ପରବ

ଚିତା ଲେଖା ନୂଆ ଗଉଣି ଧରି ସେ

ପାଉଛି କେଡେ ଆନନ୍ଦ ।।


ଚାଷ କ୍ଷେତ ଆଜି ଚାହିଁଛି ଚାଷୀକୁ

ଚାହିଁଛି ଇଶାଣ କୋଣ

କେବେ ଚଷା ପୁଅ ବିହନ ବୁଣିବ

ଚଷିବ ଲଙ୍ଗଳ ମୁନ ।।


ଚାଷୀ ଚାଷ ପାଇଁ ଅକ୍ଷୟ ତୃତୀୟା

ଗଉଣି ହଳ ଲଙ୍ଗଳ

ପାଳିବା ଖୁସିରେ ଆମରି ପରବ

ଆସିଛିରେ ସେହି ବେଳ ।।


 *ପ୍ରସନଜିତ ସାହୁ, ନାଉଗାଁ ହାଟ, ଜଗତସିଂହପୁର*




Rate this content
Log in