STORYMIRROR

Prasanjit Sahoo

Abstract

2  

Prasanjit Sahoo

Abstract

ଦେବୀ ଆଉ ବୋଇତ

ଦେବୀ ଆଉ ବୋଇତ

1 min
133

ବୋଇତ ଭିତରୁ ଖୋଜିଛି ତୁମକୁ

ଠିକ୍ ଯେମିତି

ତୁମେ ଖୋଜେ ସବୁବେଳେ ସବୁ ସମୟରେ

ସବୁଦିନ ଆଉ ସବୁ ବେଳରେ


ଦେବୀ ଥିଲା ମୁଁ ଥିଲି

ପାଣି ବହୁଥିଲା ସମତଳ ଭୂମି ପରି

ଶୁଭୁଥିଲା ଦୂରରୁ ଶଙ୍ଖ ଘଣ୍ଟା ପରି 

ପବିତ୍ର ଆବାଜ୍ ସବୁ

ସାଲୂବାଲୁ ଦିଶୁଥିଲେ ଲୋକେ

ରଙ୍ଗୀନ୍ ସାଧବ ବୋହୂ ପରି ବର୍ଷା ଦିନର


ଦୂରରୁ ଦିଶୁଥିଲା ଫୁଲଝରୀ ମେଢ଼

କେତେ ଦୋକାନ ବଜାର

ଉଚ୍ଚ ତୋରଣରୁ ଆତସବାଜିର ଶବ୍ଦ

କେତେ ପୂଜା ଆଉ ମନ୍ତ୍ରଧ୍ଵନି 

ତଥାପି ଦେବୀ ଥିଲା ନିଶବ୍ଦ 

ମୁରୁକି ହସୁଥିଲା ଖିଲିଖିଲି ହେଇ

ସୁନେଲି ସୂର୍ଯ୍ୟ କିରଣରେ

ବାରମ୍ବାର ଚୁମୁଥିଲା ବୋଇତ ଦେହକୁ

ଆଉ କହୁଥିଲା

ମୁଁ ସମର୍ପିତ ମୋ ନାଉଗାଁ ମାଟିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract