ଦେବୀ ଆଉ ବୋଇତ
ଦେବୀ ଆଉ ବୋଇତ
ବୋଇତ ଭିତରୁ ଖୋଜିଛି ତୁମକୁ
ଠିକ୍ ଯେମିତି
ତୁମେ ଖୋଜେ ସବୁବେଳେ ସବୁ ସମୟରେ
ସବୁଦିନ ଆଉ ସବୁ ବେଳରେ
ଦେବୀ ଥିଲା ମୁଁ ଥିଲି
ପାଣି ବହୁଥିଲା ସମତଳ ଭୂମି ପରି
ଶୁଭୁଥିଲା ଦୂରରୁ ଶଙ୍ଖ ଘଣ୍ଟା ପରି
ପବିତ୍ର ଆବାଜ୍ ସବୁ
ସାଲୂବାଲୁ ଦିଶୁଥିଲେ ଲୋକେ
ରଙ୍ଗୀନ୍ ସାଧବ ବୋହୂ ପରି ବର୍ଷା ଦିନର
ଦୂରରୁ ଦିଶୁଥିଲା ଫୁଲଝରୀ ମେଢ଼
କେତେ ଦୋକାନ ବଜାର
ଉଚ୍ଚ ତୋରଣରୁ ଆତସବାଜିର ଶବ୍ଦ
କେତେ ପୂଜା ଆଉ ମନ୍ତ୍ରଧ୍ଵନି
ତଥାପି ଦେବୀ ଥିଲା ନିଶବ୍ଦ
ମୁରୁକି ହସୁଥିଲା ଖିଲିଖିଲି ହେଇ
ସୁନେଲି ସୂର୍ଯ୍ୟ କିରଣରେ
ବାରମ୍ବାର ଚୁମୁଥିଲା ବୋଇତ ଦେହକୁ
ଆଉ କହୁଥିଲା
ମୁଁ ସମର୍ପିତ ମୋ ନାଉଗାଁ ମାଟିରେ