STORYMIRROR

Prasanjit Sahoo

Inspirational

2  

Prasanjit Sahoo

Inspirational

ଜି.ଏସ.ଟି.  (GST)

ଜି.ଏସ.ଟି.  (GST)

1 min
12.9K


ଦେଶ ସାରା ଖାଲି ଚହଳ ପଡିଛି 

ଜି.ଏସ.ଟି ଜିଏସଟି ଜିଏସଟି 

ବଡବଡିଆଙ୍କ ହୋଅସ ଉଡୁଛି 

ଚିନ୍ତାରେ ହୁଅନ୍ତି ଆଉଟି ।

ସୁନା ମୋବାଇଲ ଖାଇବା ଦରବ 

ସବୁଠି ଲାଗିବ ଟିକସ

ବେକାରୀ ସତେକି ନିଯୁକ୍ତି ପାଇବେ 

ଦେଶ ଆମ ହେବ ସରସ।

ଗାଆଁ ଛକ ମୁଣ୍ଡ ଦଇନ ଅଜାଟା

ମୁହଁକୁ ଶୁଖେଇ ବସିଛି 

ଧଳା କି ନାଲିଆ ଜି.ଏସ.ଟି ଟି ସତେ 

ଡରିକି ଅପେକ୍ଷା କରିଛି ।

ଦଇନ ଅଜାର ଦୋକାନରେ ପୁଣି 

ଖାତା ଖତିୟାନା ନାହିଁ 

କେମିତି ବିଚରା ଜିଏସଟି ଭରିବ

କମ୍ପ୍ୟୁଟର ଟାଲି ଶିଖିନି ।

ସତେକି ଜି.ଏସ.ଟି ବିକାଶ ଆଣିବ

ଅତି ପ୍ରିୟ ଆମ ଦେଶେ 

ନହେଲେ ଯୋଜନା ପିତା ହୋଇଯିବ 

ସବୁ ଜନତାଙ୍କ ପାଶେ ।

ପ୍ରସନଜିତ ସାହୁ, ନାଉଗାଁ ହାଟ , ଜଗତସିଂହପୁର 

7377663400


এই বিষয়বস্তু রেট
প্রবেশ করুন

Similar oriya poem from Inspirational