STORYMIRROR

Prasanjit Sahoo

Others

3  

Prasanjit Sahoo

Others

ଆସିଛି ରାକ୍ଷୀ

ଆସିଛି ରାକ୍ଷୀ

1 min
363

ଧାରା ଶିରାବଣ ମାସର ଶେଷେ

ଭାଇ ଭଉଣୀଙ୍କ ହସଟି ଦିଶେ

ଝଲସି ଉଠେ ଦୁହିଁଙ୍କ ଆଖି

ଭାଇ ହାତେ ବାନ୍ଧେ ଭଉଣୀ ରାକ୍ଷୀ ।

ଚନ୍ଦନ କୁଙ୍କୁମ ଧୂପ ଦୀପରେ

ଭଉଣୀ ବନ୍ଦଏ ଭାଇକୁ ଧିରେ

ଭଉଣୀଟି ହୁଏ ଅଧିକ ସୁଖି

ବାନ୍ଧିଦେଇ ଭାଇ ହାତରେ ରାକ୍ଷୀ ।

ରୋଷଶାଳୁ ପିଠା ବାସ ଆସୁଛି

ବୋଉ ସେଠିବସି ପିଠା ଗଢୁଛି

ବଉଳା ଗାଈର ସେଇଠି ଆଖି

ଶ୍ରାବଣ ମାସରେ ଆସିଛି ରାକ୍ଷୀ ।

ଆମ ପରମ୍ପରା ଆମ ସମ୍ମାନ

ରଖିବା ଆମେରେ ତାହାରି ମାନ

ଉତ୍କଳ ଜନନୀ ରହିଛି ସାକ୍ଷୀ

କେତେ ପରବରେ ଆସିଛି ରାକ୍ଷୀ । 


Rate this content
Log in